ଆଜିର ଖବର । Today News Odia । Top Headlines…….
╭─────────────────────╮
🌄ସକାଳର ଖବର, ୦୭-ମାର୍ଚ୍ଚ-୨୦୨୩, ମଙ୍ଗଳବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ହେଉଛି ଫାଲଗୁନ ମାସର ଶେଷ ଦିନ ପବିତ୍ର ଦୋଳ ପୂର୍ଣ୍ଣିମା l ଆଜି ଆରାଧ୍ୟ ଠାକୁର ରାଧା,କୃଷ୍ଣ ଓ ହରି, ହର ଙ୍କ ନିକଟରେ ଅବିର (ଫଗୁ) ଲାଗି ହୁଏ l
➡️୨-ଆସନ୍ତା ମାର୍ଚ୍ଚ ୧୦ ରୁ ୧୭ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ ବ୍ୟବସ୍ଥା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
➡️୩-ଏଣିକି SHG ମହିଳାଙ୍କୁ ଦିଆଯବ ଡ୍ରାଇଭିଂ ଟ୍ରେନିଂ, ୨ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର l
➡️୪-ଚିନ୍ତାର କାରଣ ପାଲଟିଲା ତାପମାତ୍ରା, ଉଚ୍ଚସ୍ତରୀୟ ବୈଠକରେ ଖାସ୍ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୫-୩୮ଡିଗ୍ରି ଉପରେ ହେଲା ୫ ସହରର ତାପମାତ୍ରା, ତାଳଚେର ହେଲା ସବୁଠୁ ଉତ୍ତପ୍ତ ସହର l
➡️୬-ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କଲେ କୋର୍ଟ ।
➡️୭-ନୂଆ ଭାଇରସ ‘ଆଡେନୋଭାଇରସ୍’ କୁ ନେଇ କୋଲକାତାରେ ହେଲା ଆତଙ୍କ ସୃଷ୍ଟି । ମାତ୍ର ୯ ଦିନରେ ୪ ଜଣ ପିଲାଙ୍କ ଜୀବନ ହାନି ଘଟିଥିବା ବେଳେ ୪୦ରୁ ଅଧିକ ହେଲେ ସଂକ୍ରମିତ l
➡️୮-ଆଜିଠାରୁ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ନଅଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ l ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ,ନୂଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲା।
➡️୯-ବଲିଉଡ୍ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ ହାଇଦ୍ରାବାଦରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ କେ’ର ସୁଟିଙ୍ଗ୍ ସମୟରେ ହେଲେ ଆହତ l
➡️୧୦-ହିନ୍ଦୁ ରୀତିରେ ପୁଣି ଥରେ ଆଗାମୀ ୧୫-୧୬ ତାରିଖରେ ସ୍ବାମୀ ଫହାଦଙ୍କୁ ବିବାହ କରିବେ ସ୍ବରା ଭାସ୍କର l
➡️୧୧-ନିଆଁ ଆଁରେ ଓଡ଼ିଶା, ୭ ଦିନରେ ଦେଶରେ ସର୍ବାଧିକ ବନାଗ୍ନି l ଦେଶର ୬୫୦ଟି ସ୍ଥାନରେ ବଡ଼ଧରଣର ବନାଗ୍ନି। ସେଥିରୁ କେବଳ ଓଡ଼ିଶାରେ ହେଲା ୨୦୦ ଚିହ୍ନଟ l
➡️୧୨-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଖର୍ଚ୍ଚ ହେବ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ।
➡️୧୩-ଚାକିରି ବଦଳରେ ଜମି ମାମଲାରେ ଲାଲୁଙ୍କୁ ସିବିଆଇର ସମନ୍ । ରାବଡୀଙ୍କ ପରେ ଲାଲୁଙ୍କ ସମନ୍ ପଠାଇଲା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।
➡️୧୪-୪୦୦ ଅଙ୍କ ବଢି ୬୦ ହଜାର ଟପିଲା ସେନସେକ୍ସ, ନିଫ୍ଟି ୧୭,୭୦୦ ଉପରେ, ଦୁଇ ଦିନରେ ୫.୫ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି l
➡️୧୫-ତ୍ରିପୁରାରେ ପୁଣି ବିଜେପି ସରକାର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା l
➡️୧୬-୧୨୫ଟି ସହରରେ ୫ଜି ସେବାର ଶୁଭାରମ୍ଭ କଲା ଏୟାରଟେଲ୍ l
➡️୧୭-କାର୍ଲିଫର୍ଣ୍ଣିଆରେ ଜରୁରୀକାଳୀନ ଘୋଷଣା, ୧୨ ଫୁଟ ଉଚ୍ଚାରେ ଜମିଲା ବରଫ l ଭୟଙ୍କର ପାଣିପାଗ ବ୍ୟବସ୍ଥାର କ୍ଷତି ୧ ବିଲିୟନ ଡଲାରରୁ ଅଧିକ ହେବ ବୋଲି ଆଶା କରାଯାଉଛି।
➡️୧୮-ମାର୍ଚ୍ଚ ୯ରେ ଅହମଦାବାଦରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବେ ପିଏମ ମୋଦୀ, ଉପସ୍ଥିତ ରହିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବେନେସ୍ l
➡️୧୯-ଇନଷ୍ଟାଗ୍ରାମରେ ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା l ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ନିୟୁତ କଲା ପାର l
➡️୨୦-ମହିଳା ପ୍ରିମିୟର ଲିଗ୍: ମୁମ୍ବାଇ ଇଣ୍ଡିଆନ୍ସର ଦ୍ବିତୀୟ ବିଜୟ; ଆର୍ସିବିକୁ ହରାଇଲା ମାଥ୍ୟୁଜଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ l
➡️୨୧-କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ଦିଲ୍ଲୀର ଏକ ଅଦାଲତ ୪ ଦିନ ପାଇଁ ଦେଲେ ଅନ୍ତରୀଣ ଜାମିନ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଦୋଳ ପୂର୍ଣ୍ଣିମା,ଶ୍ରୀ ଲଷ୍ମୀ ଜୟନ୍ତୀ ll
🔅ଆଜି ଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଜନ୍ମ ଜୟନ୍ତୀ ll
🔅ଆଜି ପୂର୍ବ ଭାରତରେ ହୋଲିକା ଦହନ ll
🔅ଆଜି ଜନଔଷଧୀ ଦିବସ (01-07 ମାର୍ଚ୍ଚ) ll
🔅ଆଜି ଅଭିନେତା ଶ୍ରୀ ଅନୁପମ ଖେରଙ୍କ ଜନ୍ମଦିନ ll
* ଆପଣଙ୍କ ଦିନ ମଙ୍ଗଳମୟ ହେଉ *
* ଶୁଭ ସକାଳ,ସୁପ୍ରଭାତ *
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
ଆଜିର ଖବର । Today News Odia । Top Headlines…….
Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…
AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…
Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…
Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…