ରାଶିଫଳ

ଆଜି ଏହି ସବୁ ରାଶି ପାଇଁ ଶୁଭ ଅଟେ…..l ଜାଣନ୍ତୁ କେମିତି କଟିବ ଆଜିର ଦିନ ଆଜି l Ajira Rasifala……2023

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

ଆଜି ଏହି ସବୁ ରାଶି ପାଇଁ ଶୁଭ ଅଟେ…..l ଜାଣନ୍ତୁ କେମିତି କଟିବ ଆଜିର ଦିନ ଆଜି l Ajira Rasifala…

ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ ୨୦୨୩ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଚୈତ୍ରମାସ-କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିବା ଘ୧୧/୧୫ ଗତେ ଦ୍ଵାଦଶୀ
ନକ୍ଷତ୍ର-ଶ୍ରବଣ। ରାତ୍ରି ଘ୦୧/୦୯ ଗତେ ଧନିଷ୍ଟା
ଚନ୍ଦ୍ର-ମକର
ଯୋଗ- ଶିବ
କରଣ – ବାଳବ
ସୌରମାସ- ମୀନ ୦୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୯
✧═════•❁❀ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧୧/୧୬ ଗତେ ନୈରୁତେ ସିଂହ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏକାଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ✧═════•❁❀❁•═══ କାଳବେଳା -ଦିବା ଘ୦୭/୨୮ ମଧ୍ୟେ ଓ ଘ୦୪/୨୬ ଗତେ ଘ୦୫/୫୭ ମଧ୍ୟେ ବାରବେଳା – ଦିବା ଘ୦୧/୨୬ ଗତେ ଘ୦୨/୫୭ ମଧ୍ୟେ ══•❁❀❁•═ ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୫୮ ଗତେ ଘ୦୧/୧୨ ମଧ୍ୟେ ଓ ରାତ୍ରି ଘ୦୮/୧୮ ଗତେ ଘ୧୦/୪୦ ମଧ୍ୟେ ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି ═✧══•❁❀❁•═════✧
ଅଦ୍ୟ ଶିମ୍ବ ଦିବା ଘ୧୧/୧୬ ଗତେ ପୋଇ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜି ଏହି ସବୁ ରାଶି ପାଇଁ ଶୁଭ ଅଟେ…..l ଜାଣନ୍ତୁ କେମିତି କଟିବ ଆଜିର ଦିନ ଆଜି l Ajira Rasifala…
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹👉ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
✧═════•❁❀❁•═════✧
🌹👉ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
✧═════•❁❀❁•═════✧
🌹ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।
✧═════•❁❀❁•═════✧
🌹👉କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
✧═════•❁❀❁•═════✧
🌹👉ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
✧═════•❁❀❁•═════✧
🌹👉କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
✧═════•❁❀❁•═════✧
🌹👉ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
✧═════•❁❀❁•═════✧
🌹👉ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
✧═════•❁❀❁•═════✧

🌹👉ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
✧═════•❁❀❁•═════✧
🌹👉ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
✧═════•❁❀❁•═════✧
🌹👉କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।

✧═════•❁❀❁•═════✧
🌹👉ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।
✧═════•❁❀❁•═════✧

ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁🍁
.
. ✤• • • • • • ✤ • • • • • • ✤• • • • • • ✤

🦋 ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡନ୍ତୁ ନାହିଁ, କାହିଁକି ନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକର ବି ମତ ବଦଳିଯାଏ।

🦋 “ଭୁଲ୍” କରି ନଥିବା ଯାଗାରେ ମୁଣ୍ଡ ତଳକୁ କରନି,”ବିଶ୍ବାସ” ନଥିବା ଯାଗାରେ ପ୍ରମାଣ ଦେବା ପାଇଁ ଚେଷ୍ଟା କରନି।

🦋 ଶାନ୍ତି ହେଉଛି ଦୁନିଆଁର ସବୁଠୁ ମହଙ୍ଗା ଜିନିଷ ଯାହାକୁ ପାଇବାକୁ ହେଲେ ଅନେକ ଅଶାନ୍ତିର ସାମ୍ନା କରିବାକୁ ପଡେ।

🦋 ଯଦି ଜଣେ ବ୍ୟକ୍ତି ତା’ର ଭାବନାକୁ ଗୁପ୍ତ ରଖୁଛି ତା’ର କାରଣ ହେଲା ତା’ର ଭାବନାରେ କିଛି ତୃଟି ଅଛି।

ସଂଗ୍ରାମ ବିହୀନ, ମନୁଷ୍ୟ ସମାଜେ
କାପୁରୁଷ ପଦେ ଗଣା,
ହେ ସୁଧୀ ସମାଜ,ଏ କଥାକୁ ହେଜ
ନ ହୁଅରେ ଆନମନା ।

📝 ତ୍ୟାଗ ବିନା କିଛି ପାଇବା ସମ୍ଭବ ନୁହେଁ କାରଣ ନିଃଶ୍ବାସ ନେବାକୁ ହେଲେ ପ୍ରଥମ ନିଃଶ୍ବାସକୁ ଛାଡ଼ିବାକୁ ପଡ଼ିଥାଏ ।

📝 ଏ କଥା ମୁଣ୍ଡରେ ପୁରେଇ ଦିଅ ଯେ, ବଞ୍ଚିଚ ମାନେ ନିନ୍ଦା ତ ମିଳିବ କାରଣ ପ୍ରଶଂସା ମଲା ପରେ ମିଳିଥାଏ ବନ୍ଧୁ ।

📝 କର୍ମର କୋୖଣସି Menu ନାହିଁ, ଯାହା ତୁମେ Serve କରିବ ତାହା ହିଁ Deserve କରିବ ।

       .        🌞ଶୁଭ ସକାଳ🌞

. ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

    .    🙏🏻 🔘ଜୟ ଜଗନ୍ନାଥ🔘🙏🏻

jantra jyotisha.

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago