ସୁନ୍ଦର ଓଡ଼ିଆ କବିତା 3 II ଅପରାଧେ ଗଣା ମାତୃତ୍ଵ ବିକା II ODIA KABITA 3 BY MAHENDRA NANDA II

ସୁନ୍ଦର ଓଡ଼ିଆ କବିତା 3 II ଅପରାଧେ ଗଣା ମାତୃତ୍ଵ ବିକା II ODIA KABITA 3 BY MAHENDRA NANDA II

ସୁନ୍ଦର ଓଡ଼ିଆ କବିତା 3 II ଅପରାଧେ ଗଣା ମାତୃତ୍ଵ ବିକା II

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ସୁନ୍ଦର ଓଡ଼ିଆ କବିତା ,ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

………………..ଅପରାଧେ ଗଣା
ମାତୃତ୍ଵ ବିକା_………………………

ମାତୄତ୍ବ ବିକିବା ଅପରାଧେ ଗଣା
ମାଆ ହବା ଅଭିଶାପ
ଗାଲୁଆ ଦେଶରେ ମାଲୁଆ ଆଇନି

ପ୍ରତିବାଦ କଲେ ପାପ ।।

ଶାସକ ପଛରେ ଶାସନ ଦଉଡେ
ଚଳେଇ ଫେସନ ବାଜି
ଅବସ୍ଥା ଠୁଁ ଦୂରେ ବ୍ଯବସ୍ଥା ରହୁଛି
ନିଜ ନିରାପତ୍ତା ଖୋଜି ।।

ଅପପୄଷ୍ଟିଙ୍କର ନିଷିଦ୍ଧ ଭୂଭାଗେ
କଙ୍କାଳଙ୍କ କୋଳାହଳ
ଦେବକୀ ଦାନରେ କଟୁନି ଶାଇପ
ପୁରୁନି ଯଶୋଦା କୋଳ ।।

ସ୍ବାଧୀନତା ଏକ ବହି ପଢା ପାଠ
ପରାଧିନ ନାଗରୀକ
ମୌଳିକ ତାକୁ ଭିତସ୍ତତଃ କରେ
ସାମାଜିକ ମୂଲ୍ଯବୋଧ ।।

କଳଙ୍କ ନାଆଁରେ ଅପହୄତ ହୁଏ
ବଂଚିବାର ଅଧିକାର
ମମତା ବିକିବା ଅସାମ୍ବିଧାନିକ
ଦଫାଏ ଦେଖାନ୍ତି ତୋଡ ।।

ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Comment