ଦିବ୍ୟାଙ୍ଗ ଝିଲ୍ଲିକୁ ସହାୟତାର ହାତ ବଢାଇଲେ 5T ସଚିବ…..

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
ଯଦି ଆପଣଙ୍କ ଦିନଟି କିପରି କଟିବ ଜାଣିବା ପାଇଁ ଚାହାନ୍ତି ତେବେ ଆମର Odia Fast News କୁ Fb ରେ Follow ଏବଂ Subscribe କରି ରଖନ୍ତୁ।

ଦିବ୍ୟାଙ୍ଗ ଝିଲ୍ଲିକୁ ସହାୟତାର ହାତ ବଢାଇଲେ 5T ସଚିବ

ଦିବ୍ୟାଙ୍ଗ ଝିଲ୍ଲିକୁ ସହାୟତା….

ଛେନାପଦି/ କେନ୍ଦୁଝର :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଅଧୀନ ଝଣଝଣା ଗ୍ରାମର ସ୍ବର୍ଗତ ସୁଦର୍ଶନ ବିରୁଆ ଓ ମା ମମତା ବିରୁଆଙ୍କ ଝିଅ ଝିଲ୍ଲି ବିରୂଆ । ବୟସ ୧୩ ବର୍ଷ ଅଟେ । ତାର ଛୋଟ ବେଳୁ ଖେଳ ପ୍ରତି ଆଗ୍ରହ ପ୍ରକାଶ ପାଇଥିଲା।

ଏବଂ ପ୍ରତ୍ୟେକ ଖେଳରେ ଭାଗ ନଉଥିଲା। ସେ ଜଣେ ଦିବ୍ୟାଙ୍ଗ ଅଟେ। କିନ୍ତୁ ନିଜର କଠିନ ପରିଶ୍ରମ ଏବଂ ଇଚ୍ଛା ଶକ୍ତି ଆଗରେ ସବୁ କିଛି କରି ହୁଏ ତାହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ କ୍ରିକେଟ ଖେଳ ଖେଳିବାକୁ ଭଲ ପାଏ । ଖେଳରେ ଅନେକ ପୁରସ୍କାର ପାଇଛନ୍ତି।

ଏପ୍ରିଲରେ ନେପାଳ ଠାରେ ହେବାକୁ ଥିବା ବିଶ୍ଵ ଦିବ୍ୟାଙ୍ଗ କ୍ରିକେଟ ଖେଳ ପାଇଁ ମନୋନୀତ ହୋଇଥିଲେ କିନ୍ତୁ ପାସପୋର୍ଟ ବାଧକ ସାଜିଥିଲା । ସେ ବାଙ୍ଗାଲୋର ରେ ଦୁଇ ଦୁଇଥର କ୍ରିକେଟ ମ୍ୟାଚ୍ ଖେଳି ଅନେକ ପୁରସ୍କାର ପାଇଛନ୍ତି ।

ପିଲାବେଳୁ ସେ ମା କୁ ହରାଇ ଥିବା ବେଳେ ୨୦୨୦ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଛି ।

ଛେନାପଦି/ କେନ୍ଦୁଝର : ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ଙ୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ତୁରନ୍ତ ପ୍ରଦାନ କରାଗଲା ସହାୟତା। ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ପାରାଅଲମ୍ପିକ୍‌‌ ଖେଳିବାକୁ ମନୋନୀତ ହୋଇଥିଲେ।

କିନ୍ତୁ ପାସ୍‌‌ପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା। ଯାହା ଆଜି ଦୈନିକ ଖବର କାଗଜ ‘ସକାଳ’ରେ ପ୍ରକାଶ ପାଇଥିଲା। ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ସଞ୍ଜିତ ଦାଶ ନାମକ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ।

ଏହି ଟ୍ବିଟଟି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କୁ ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ।

ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସ୍‌‌ପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏନେଇ ସାମାଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରାଯାଉଛି।

bhaskar…..

Leave a Comment