କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023

କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023

କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023

_କହିଲେ କାଟୁଛି
ସହିଲେ ବାଧୁଛି__
_

ଜନମ ଆଗରୁ ବିବେକ ମରୁଛି
ମା’ ପେଟୁ ଆଡା ପଡ଼ି
ମଣିଷ ପଣିଆ ମାତାଲେ ଗଡୁଛି
ମଣିଷ ପକେଟ ମାରି ।।

ଭଗାରୀ ହବାର ଆଗୁଆ ଚୁକ୍ତିରେ
ଜନମ ହୋଉଛି ଭାଇ
ରକତ ଦୋଉଛି ରକତକୁ ଫାଙ୍କି
ମାଉସୀକୁ ମାଆ କହି ।।

ଆବେ ଆଉ ପର୍ଶୁ ଜାବେ ଆଉ ପର୍ଶୁ
ପର୍ଶୁଆରେ ନାହିଁ କେହି
ବାବୁ ପର୍ଶୁରାମ ସବୁ ଆପେ ଆପେ
ଜନମରୁ ଜଟ ହୋଇ ।।

ଜବର ଦଖଲେ ଜନ ଅଧିକାର
ଆତ୍ମରକ୍ଷା ଗୋଟେ ଶଦ୍ଦ
ସ୍ୱାଧୀନ କହିବା ପରିଚୟ ପତ୍ରେ
ସାନ୍ତ୍ଵନା ନାମକୁ ମାତ୍ର ।।

କହିଲେ କାଟୁଛି ହସିଲେ ବାଧୁଛି
ଦ୍ଵନ୍ଦ ସମାସଙ୍କ ଭିଡେ
ଚେପଟା ପୃଥିବୀ ଗୋଲେଇ ଗଡୁଛି
ଗଣତନ୍ତ୍ର କାଇଦାରେ ।।

ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭

ଏହି ଭଳି କବିତା ସବୁ ଦିନ ପଢିବା ପାଇଁ ଆମ ସହିତ ଯୋଡି ହେଇ ରୁହନ୍ତୁ I

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Comment