Ajira Top Headlines in Odia // Ajira Khabar // ଖବର ଆଜିର , dt-18.11.2023
ଖବର ଆଜିର
ତାରିଖ ୧୮/୧୧/୨୩, ଶନିବାର
୧-ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ ପ୍ରକଳ୍ପ ଅନୁମୋଦନ।
୨-ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।
୩-୨୦୨୪ ପରୀକ୍ଷା ପାଇଁ ଆସନ୍ତା ୨୧ ତାରିଖରୁ ୨୯ ଯାଏଁ ବିନା ଜୋରିମାନାରେ ଯୁକ୍ତ ଦୁଇ ଫର୍ମ ପୂରଣ।
୪-ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ।ମୋଟ ୧୭୯୯ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ।
୫-ଭୁବନେଶ୍ୱର: ରୋଗୀଙ୍କ ସେବାରେ ଯୋଡ଼ି ହେବ ଆଉ ୩୪୯ ଆମ୍ବୁଲାନ୍ସ।
୬-ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର।
୭-ଲୋକାର୍ପିତ ହେଲା ନନ୍ଦନକାନନର ରୋପଓ୍ବେ , ଆଜିଠାରୁ ଏହାର ମଜା ନେଇ ପାରିବେ ପର୍ଯ୍ୟଟକ।
୮-ଭୁବନେଶ୍ୱର : ଏଣିକି ଅଳିଆ ଅଲଗା ଅଲଗା ନଦେଲେ ନେବ ନାହିଁ ବିଏମସି।
୯-ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି।
୧୦-କଟକ:ରୋଗୀଙ୍କ ସମ୍ପର୍କୀୟଙ୍କୁ ୩୧ ଲକ୍ଷ ଚୁନା ଲଗାଇ ଗିରଫ ହେଲେ ରେଡିଓଲୋଜିଷ୍ଟ ନାରାୟଣ ବେହେରା।
୧୧-ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ।
୧୨-ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ।
୧୩-କେନ୍ଦ୍ରାପଡ଼ା:ଗୋବରୀ ନଦୀରେ ବୁଡି ୨ ସମ୍ପର୍କୀୟ ଭଉଣୀ ନିଖୋଜ; ଜଣେ ଉଦ୍ଧାର, ଜଣଙ୍କର ମିଳୁନି ପତ୍ତା।
୧୪-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର:ବାଇକରେ ଆସିଲେ, ବୃଦ୍ଧଙ୍କ ଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା ଦୁବୃର୍ତ୍ତ।
୧୫-କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମ, ସରଗିଫୁଲ ମହୋତ୍ସବରେ ଯୋଗଦେଲେ।
୧୬-୧୯ ତାରିଖରେ ମହାଲଢ଼େଇ : ୨୦ ବର୍ଷ ପରେ ଫାଇନାଲରେ ପୁଣି ଭାରତ-ଅଷ୍ଟ୍ରେଲିଆ।
୧୭-ବାଂଲାଦେଶ ଅତିକ୍ରମ କଲା ବାତ୍ୟା ମିଧିଲି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ।
୧୮-ମଧ୍ୟପ୍ରଦେଶରେ ୭୧ ଓ ଛତିଶଗଡ଼ରେ ୬୮% ମତଦାନ।
୧୯-ନୈନିତାଲ: ଉତ୍ତରାଖଣ୍ଡର ନୈନିତାଲରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ।
୨୦-ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏
Ajira Top Headlines in Odia // Ajira Khabar // ଖବର ଆଜିର , dt-18.11.2023
ସକାଳର ଖବର, ୧୮-ନଭେମ୍ବର-୨୦୨୩, ଶନିବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସ୍ଥଗିତ ରହିଲା ଆଦିବାସୀ ଜମି କିଣାବିକା, ଗତ ୧୪ରେ ନିଆଯାଇଥିଲା ନିଷ୍ପତି, ଗତକାଲି ହେଲା ପରିବର୍ତ୍ତନ । କ୍ୟାବିନେଟର ନିଷ୍ପତିକୁ ସ୍ଥଗିତ ରଖିଲେ ସରକାର l
➡️୨-ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ: ୨ଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୩-ବସିଲା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ, ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ ପ୍ରକଳ୍ପ କୁ ମିଳିଲା ଅନୁମୋଦନ l
➡️୪-ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। ପିଏମ୍-ଇ ବସ୍ ଯୋଜନାରେ ଏହି ବସ୍ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍ ମିଳିବ l
➡️୫-ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୨ ଜଣ ସହକାରୀ ପ୍ରଫେସରଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୬-ଏଣିକି ଏମ୍ସ ନିକଟରେ ରାତିରେ ସପ୍ତାହର ୭ ଦିନ ଯାକ ବିଏସମି ପକ୍ଷରୁ ଖୋଲିବ ଆହାର କେନ୍ଦ୍ର , ସୂଚନା ଦେଲେ ଭୁବନେଶ୍ୱର ମେୟର l
➡️୭-ଅଲଗା କୋଶଲ ରାଜ୍ୟ ଦାବୀରେ ଆଜି ସମ୍ବଲପୁରରେ ହେବ ବନ୍ଦ ପାଳନ l ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ l
➡️୮-ପୂର୍ବତନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ବ l ଏଣିକି ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା l
➡️୯-ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥିଙ୍କ ର ୬୫ ବର୍ଷ ବୟସରେ ହେଲା ପରଲୋକ l
➡️୧୦-ବାରଣାସୀରେ ବାବା ବିଶ୍ଵନାଥ୍ଙ୍କ ଦର୍ଶନ କଲେ ସନ୍ନି ଲିଓନି, କହିଲେ- ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି l
➡️୧୧-ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶରେ ରେକର୍ଡ ମଦ ବିକ୍ରି, ୩ ଦିନରେ କିଣି ନେଲେ ୨୬ ଲକ୍ଷରୁ ଅଧିକ ବୋତଲ l
➡️୧୨-ଫିଲିପିନ୍ସରେ ବିନାଶକାରୀ ଭୂମିକମ୍ପ; ୬.୭ ତୀବ୍ର ଝଟ୍କାରେ ଥରିଲା ସହର, ଭାଙ୍ଗିଲା ଘରଦ୍ୱାର, ଜଣେ ମୃତ,୧୮ରୁ ଅଧିକ ଆହତ l
➡️୧୩-କ୍ରିପ୍ଟୋ ପୁଞ୍ଜି ସ୍କାମ ମାମଲାରେ ‘ୟଶ ୱାର୍ଲ୍ଡ’ କ୍ରିପ୍ଟୋ ଟୋକନ୍ ମୁଖ୍ୟ ସନ୍ଦୀପ ଚୌଧୁରୀ ହେଲେ ଗିରଫ, ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି ଏହି ସଂସ୍ଥା I
➡️୧୪-ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି ଆଉ ବାହାଘରରେ ସୁନା ଉପହାର l
➡️୧୫-ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ମୂଲ୍ୟ ଦୁଇ ଗୁଣା l
➡️୧୬-ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ l ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧.୧୧ ପ୍ରତିଶତ ମତଦାନ ହୋଇଛି।
➡️୧୭-ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ୫ ଆତଙ୍କବାଦୀ ନିପାତ । ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି ।
➡️୧୮-ଆଉ ଦିନକ ପରେ ଟାଇଟଲ୍ ଟକ୍କର । ଦୀର୍ଘ ୧୨ ବର୍ଷ ପରେ ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ l
➡️୧୯-ବିଶ୍ୱକପ୍ ୨୦୨୩ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଆହତ ସମସ୍ୟାରୁ ସୁସ୍ଥ ହୋଇନଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ରାହୁଲଙ୍କୁ ମିଳିପାରେ ଗୁରୁଦାୟିତ୍ୱ l
➡️୨୦-ବିଶ୍ୱକପ୍ ଫାଇନାଲ ଲାଗି ଅମ୍ପାୟାରଙ୍କ ନାମ ଘୋଷଣା କଲା ଆଇସିସି l ଇଂଲଣ୍ଡର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟେଲବରୋ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଜାତୀୟ ପୋଷ୍ୟ ଦିବସ ll
🔅ଆଜି ଗିନିଜ ବିଶ୍ୱ ରେକର୍ଡ ଦିବସ ll
🔅ଆଜି ଜାତୀୟ ଅପସ୍ମାର ଦିବସ ll
🔅ଆଜି ବିଶ୍ୱ ବୟସ୍କ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଖେଳ ଦିବସ ll
🔅ଆଜି ମିକି ମାଉସ୍ ଦିବସ ll
🔅ଆଜି ପରିବାର ସ୍ବେଚ୍ଛାସେବୀ ଦିବସ ll
🔅ଆଜି ମହାନ ବିପ୍ଳବୀ ଶ୍ରୀ ବଟୁକେଶ୍ୱର ଦତ୍ତଙ୍କ ଜନ୍ମ ବାର୍ଷିକୀ ll
🔅ଆଜିଠାରୁ ବିଶ୍ୱ ରୋଗାଣୁରୋଧୀ ସଚେତନତା ସପ୍ତାହ ll
🔅ଆଜି ୟୁରୋପୀୟ ଆଣ୍ଟିବାୟୋଟିକ୍ ସଚେତନତା ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
Ajira Top Headlines in Odia // Ajira Khabar // ଖବର ଆଜିର , dt-18.11.2023
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
Ajira Top Headlines in Odia // Ajira Khabar // ଖବର ଆଜିର , dt-18.11.2023
Ajira Top Headlines in Odia // Ajira Khabar // ଖବର ଆଜିର , dt-18.11.2023