Sakalara Khabar // Today Odia News // ସକାଳର ଖବର // Dt-08.01.2024…..
Sakalara Khabar // Today Odia News // ସକାଳର ଖବର // Dt-08.01.2024…..
Sakalara Khabar // Today Odia News // ସକାଳର ଖବର // Dt-08.01.2024…..
ସକାଳର ଖବର, ୦୮-ଜାନୁଆରୀ-୨୦୨୪, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟର ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ନିମନ୍ତେ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୭ ତାରିଖରେ ହେବ ସମାପ୍ତ ।
➡️୨-ପାଠ ପଢା ପାଇଁ ସରକାରଙ୍କ ଆର୍ଥିକ ସହାୟତା, ଏଣିକି +୨ ଯାଏ ଝିଅଙ୍କୁ ମିଳିବ ୧୨ ହଜାର ଟଙ୍କା l ହିମାଚଳ ପ୍ରଦେଶ ସରକାରଙ୍କ ଏହି ଯୋଜନାକୁ ନେଇ ହେଉଛି ଅନେକ ଚର୍ଚ୍ଚା l
➡️୩-ଏଣିକି ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖିବାକୁ ସମସ୍ତ ଡାକ୍ତରଙ୍କୁ ମାନ୍ୟବର ହାଇକୋର୍ଟ ଦେଲେ ନିର୍ଦ୍ଦେଶ l
➡️୪-ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ l ଲୋକାର୍ପିତ ହେବ ଅକ୍ଷର ଭୂମି l
➡️୫-ଆଜିଠାରୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା l ପେଟ୍ରୋଲ ଓ ଡିଜେଲ ଲୋଡିଂ ହେବ ବନ୍ଦ l ସେପଟେ ତେଲ ସରିବା ଭୟରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ l
➡️୬-ସୁରକ୍ଷା ବଳୟରେ ଅଯୋଧ୍ୟା, ୭ ସୁରକ୍ଷା ଏଜେନ୍ସି ହୋଇଛି ଛାଉଣି, ତଲାସୀରେ ଲାଗିଛନ୍ତି ୧୫ ଟି ଟିମ୍ l ସେହିପରି ପ୍ରାଣ ପ୍ରତିଷ୍ଠାରେ ନିୟୋଜିତ ହେବେ ୩୦ହଜାର ଯବାନ l
➡️୭-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଜିଠାରୁ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା l ପକ୍ଷୀ ଗଣନା ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ୩୩ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମରେ ସାମିଲ ଅଛନ୍ତି ।
➡️୮-ଆଜିଠାରୁ ତିନି ଦିନିଆ ବ୍ରିଟେନ ଗସ୍ତରେ ଯିବେ ରାଜନାଥ ସିଂ, ୨୨ ବର୍ଷରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ l
➡️୯-ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ଏକା ବେଳେ ଠାବ ହେଲେ ୪ କଳାବାଘ,
➡️୧୦-ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଡ୍ରଗ୍ସ ଖାଉଥିବା ଆସିଲା ଅଭିଯୋଗ l ତାଙ୍କ ଦୁଇ କଂପାନି ଟେସ୍ଲା ଓ ସ୍ପେସ୍ଏକ୍ସ ବୋର୍ଡର କିଛି ସଦସ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି।
Sakalara Khabar // Today Odia News // ସକାଳର ଖବର // Dt-08.01.2024…
➡️୧୧-ଜାନୁଆରୀ ୨୧ରୁ କଂଗ୍ରେସର ବସ୍ ଯାତ୍ରା, ଜନତାଙ୍କ ନିକଟକୁ ଯିବେ ନେତା ଓ ବିଧାୟକ l
➡️୧୨-ମାଲକାନଗିରି ଜିଲ୍ଲାରେ ସଫଳ ହେଲା ଉଡାଜାହାଜ ଟ୍ରାଏଲ ରନ l ଗତକାଲି ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଅବତରଣ କଲା ଭି ଟି ୧୦୦ ବିମାନ l
➡️୧୩-ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ଚୟନ ହୋଇ ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବ ଭଞ୍ଜନଗର ଏନ୍ଏସି l
➡️୧୪-ଅସ୍ତବ୍ୟସ୍ତ କରୁଛି ଶୀତ, ଦିଲ୍ଲୀ ପରେ ପଞ୍ଜାବ ସରକାର ବଢ଼ାଇଲେ ସ୍କୁଲ ଛୁଟି ଅବଧି l ଶୀତ ଲହରକୁ ଦେଖି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ବେସରକାରୀ ସ୍କୁଲ ଜାନୁଆରୀ ୮ ରୁ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ପୂର୍ବରୁ ପ୍ରବଳ ଶୀତ ଯୋଗୁ ଦିଲ୍ଲୀରେ ସ୍କୁଲ୍ ଛୁଟିକୁ ଆଉ ୫ ଦିନ ବଢ଼ାଇଛନ୍ତି ଦିଲ୍ଲୀ ସରକାର।
➡️୧୫-୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାନୁଆରି ୧୩ରେ ବିହାରରୁ ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ l
➡️୧୬-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଲଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ନେଇ ତିନି ମନ୍ତ୍ରୀ ହେଲେ ନିଲମ୍ୱିତ l ସେପଟେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ବୟକଟ୍ ମାଳଦ୍ବୀପ l
➡️୧୭-କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତାକାଲି ପୁଣି ଝୁମିବେ ଫୁଟ୍ବଲ୍ ପ୍ରଶଂସକ। ଭାରତର ଅନ୍ୟତମ ସର୍ବପୁରାତନ ଫୁଟ୍ବଲ୍ ପ୍ରତିଯୋଗିତା କଳିଙ୍ଗ କପ୍ ଏବେ ସୁପର୍ କପ୍ ରୂପରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ।
➡️୧୮-ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ହେଲା ଘୋଷଣା l ଦଳକୁ ପ୍ରତ୍ୟାବର୍ତନ କଲେ ରୋହିତ ଶର୍ମା ଏବଂ ବିରାଟ କୋହଲି l
➡️୧୯-ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।
➡️୨୦-ଆହତ କାରଣରୁ ଅଷ୍ଟ୍ରେଲିଆନ ଓପନ ୨୦୨୪ ମୁକାବିଲାରୁ ଓହରିଲେ ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନ୍ ଟେନିସ୍ ଷ୍ଟାର୍ ରାଫେଲ ନାଡାଲ୍।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ପୃଥିବୀର ଘୂର୍ଣ୍ଣନ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଟାଇପିଂ ଦିବସ ll
🔅ଆଜି ବିଶ୍ୱ ସାହିତ୍ୟ ଦିବସ ll
🔅ଆଜି ଜାତୀୟ ଓଜନ-ଦିବସ ll
🔅ଆଜି ଆଫ୍ରିକୀୟ ଜାତୀୟ କଂଗ୍ରେସ ଫାଉଣ୍ଡେସନ୍ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
🦋 ଭଡା ଘରକୁ ଯେତେ ସଜେଇଲେ ତାହା କେବେ ନିଜର ହୁଏନାହିଁ, ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଯେତେ ବେଶି ଭଲ ପାଇଲେ ବି ସେ କେବେ ନିଜର ହୁଅନ୍ତି ନାହିଁ।
Nice