Ajira Breaking News // Top Headlines Odia // ସକାଳର ଖବର, ୮-ନଭେମ୍ବର-୨୦୨୩…..
🌄ସକାଳର ଖବର, ୮-ନଭେମ୍ବର-୨୦୨୩, ବୁଧବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୨-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଟେବୁଲ ଟେନିସ୍ ଏକାଡେମୀର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍ ସେଣ୍ଟର l
➡️୩-ବର୍ଷ ୨୦୨୪ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା, ତାଲିକାରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଥିବା ବେଳେ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି ।
➡️୪-ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ରାତିର ତାପମାତ୍ରା l
➡️୫-ସୂର୍ଯ୍ୟର ରହସ୍ୟ ଜାଣିବା ପାଇଁ ଇସ୍ରୋର ସ୍ପେସ୍କ୍ରାଫ୍ଟ ଆଦିତ୍ୟ-ଏଲ୍-୧ କୁ ମିଳିଲା ପ୍ରଥମ ବଡ଼ ସଫଳତା l ନିଜର ପ୍ରଥମ ଅବଜର୍ବେସନ ପିରିୟଡରେ ସୋଲାର ପ୍ଲେୟର ସୌର କିରଣର ପ୍ରଥମ ହାଇ-ଏନର୍ଜି ଏକ୍ସରେ କଲା ବାହାର l
➡️୬-ଆଜି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂ l
➡️୭-ଭଦ୍ରକ ଓଡ଼ିଶା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଏସଆରବିଏମ୍) ‘ପ୍ରଳୟ’ ର ହେଲା ସଫଳ ପରୀକ୍ଷଣ l
➡️୮-ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ପାଳନ ହେବ ମାଣ୍ଡିଆ ଦିବସ l
➡️୯-ଏଥର ବିଧାନସଭାରେ ବୃଦ୍ଧି ପାଇବ ସଂରକ୍ଷଣ ସୀମା, ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର l
➡️୧୦-ନଭେମ୍ବର ୨୦ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ l
➡️୧୧-ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି l ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର ପରେ ଶେଷକୃତ୍ୟ ହେଲା ସଂପନ୍ନ l
➡️୧୨-୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାର ଦେଲେ ପ୍ରସ୍ତାବ l
➡️୧୩-ବିଧାନସଭା ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ହେଲା ମତଦାନ l
➡️୧୪-କେଦାରନାଥରେ ରାହୁଲ ଗାନ୍ଧିଙ୍କ ସହ ହେଲା ବରୁଣ ଗାନ୍ଧିଙ୍କ ଭେଟ, ମୁଖ୍ୟ ପୂଜାରୀଙ୍କ ଘରେ ହେଲା ବୈଠକ l
➡️୧୫-ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ଜଣଙ୍କରହେଲା ମୃତ୍ୟୁ l
➡️୧୬-ଇସ୍ରାଏଲ-ହମାସ ଯୁଦ୍ଧ: ମୋଦୀଙ୍କ ସହଯୋଗ ଲୋଡ଼ିଲେ ଇରାନ ରାଷ୍ଟ୍ରପତି, କହିଲେ- ଏବେ ସବୁ ଆଶା ଭାରତ ଉପରେ l
➡️୧୭-ହମାସ୍ ସହ ଯୁଦ୍ଧ ଶେଷ ହେବା ପରେ ନିଜ ସୀମା ଓ ଦଖଲ ବଢାଇବା ପାଇଁ ଇସ୍ରାଏଲ ଦେଲା ସଂକେତ l ପିଏମ୍ ନେତନ୍ୟାହୁତ ଦେଲେ ବଡ଼ ବୟାନ l କହିଲେ ଯୁଦ୍ଧ ପରେ ଗାଜାର ସୁରକ୍ଷା ସମ୍ଭାଳିବ ଇସ୍ରାଏଲ୍ l
➡️୧୮-
➡️୧୯-ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ କଲା ପରାସ୍ତ l ଏହି ବିଜୟ ସହ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ l
➡️୨୦-
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଆନ୍ତର୍ଜାତୀୟ ରେଡିଓଲୋଜି ଦିବସ ll
🔅ଆଜି ବିଶ୍ୱ ସହରୀକରଣ ଦିବସ ll
🔅ଆଜି ଚନ୍ଦ୍ରାୟନ -୧ର ସଫଳତା ଦିବସ ll
🔅ଆଜି 96ତମ ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଖବର ଆଜିର
ତାରିଖ ୦୮/୧୧/୨୩, ବୁଧବାର
୧-ସାରା ଦେଶରେ ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ।
୨-ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ।
୩-ମୟୂରଭଞ୍ଜ ଜିଲ୍ଲା ଦାନ୍ତିଆମୁହାଁ ଗାଁ:ଗୁଲୁଗୁଲା ନେଲା ଜୀବନ, ଚ୍ୟାଲେଞ୍ଜରେ ତରବର ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ।
୪-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଆପାତତଃ ଅପରାହ୍ନ ଘ.୫.୦୦ ଟିକାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
୫-କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କୁ ଭେଟିଲେ।ନିଜସ୍ଵ ପାଣ୍ଠିରୁ ଜଣେ ଭନ୍ନକ୍ଷମଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କଲେ।
୬-ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ବିହଙ୍ଗାରଣ୍ୟ ହୋଇପଡିଛି ଚିଲିକା ନଳବଣ।
୭-ଚନ୍ଦକାରେ ମହିଳା ଦୋକାନୀଙ୍କୁ ହତ୍ୟା, ହତ୍ୟାକାରୀ ଫେରାର।
୮-କଟକ ବଡ଼ ଡ଼ାକ୍ତରଖାନା: ଅନିଶ୍ଚିତତାରେ ରୋବୋଟିକ୍ ଅସ୍ତ୍ରୋପଚାର।
୯-କଟକ ନେତାଜୀ ବସ ଟର୍ମିନାଲ ପରିସରରେ ରେଡ଼, ବିପୁଳ ଗୁଟକା, ତମ୍ବାଖୁ ଜବତ, ୬ ଦୋକାନ ସିଲ।
୧୦-ହତ୍ୟା ମାମଲାର ଶୁଣାଣି କରି ରାୟ ଦେଲେ ବ୍ରହ୍ମପୁର ଏସଡିଜେଏମ୍ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ । ଯୁବକଙ୍କୁ ହତ୍ୟା ମାମଲାରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡ।
୧୧-କଟକ: ବିଧାୟକ ବିବାହ ଆବେଦନ ମାମଲା,ହାଜର ହେଲେ ସୋମାଲିକା, ଆସିଲେନି ବିଜୟଶଙ୍କର।
୧୨-ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ୍ ଷ୍ଟାର୍ କଳି: ନାଁ ନନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ଅଭିନେତା ଅନୁଭବ ମହାନ୍ତି।
୧୩-ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ।
୧୪-ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ।
୧୫-ପାଟନା:ଜାତିଭିତ୍ତିକ ଜନଗଣନା ରିପୋର୍ଟ: ୫୦% ନିୟମକୁ ପାର୍ କରି ଜାତିଗତ କୋଟାକୁ ୭୫% କରିବାକୁ ନୀତୀଶ କୁମାରଙ୍କ ସୁପାରିଶ।
୧୬-ବିଧାନସଭା ନିର୍ବାଚନ, ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ମତଦାନ।
୧୭-ଛତିଶଗଡ଼ ଭୋଟିଂ ବେଳେ ନକ୍ସଲ ହମଲା; ୩ ସୁରକ୍ଷାକର୍ମୀ ଗୁରୁତର ଆହତ।
୧୮-ବିଶ୍ୱକପ୍ ୨୦୨୩: ୱାଙ୍ଖଡ଼େ ଷ୍ଟାଡିୟମ୍ରେ ମାକ୍ସୱେଲ୍ଙ୍କ ମେଗା ଶୋ, ଲଜ୍ଜାଜନକ ପରାଜୟ ଭୋଗିଲା ଆଫଗାନିସ୍ତାନ।
୧୯-ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣରେ ପାକସେନା ଅଧିକାରୀ ଓ ୩ ସୈନିକ ମୃତ।
୨୦-ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଇସ୍ରାଏଲ ଛାଡ଼ିଲେଣି ୮ଟି ଦେଶର ରାଷ୍ଟ୍ରଦୂତ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।