ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
ଖବର ଆଜିର
ତାରିଖ ୨୬/୦୯/୨୩, ମଙ୍ଗଳବାର
୧-ନିୟନ୍ତ୍ରଣ ବାହାରେ ଡାଲି,ତେଲ । ପଦକ୍ଷେପ ନ ନେଲେ ବିକ୍ରି ବଟା ବନ୍ଦ ପାଇଁ ବ୍ୟବସାୟୀ ମହାସଂଘର ଚେତାବନୀ।
୨-ରାସ୍ତାରେ ଆୟୁଷ ଛାତ୍ର ସଂଗଠନ,ପୁଣି ଆଲୋଚନା ବିଫଳ, ଜାରି ରହିବ ଆନ୍ଦୋଳନ।
୩-ବିଶାଖାପାଟଣା ଯାଏଁ ଚାଲିବ ସମ୍ବଲପୁର -ବନାରସ ଏକ୍ସପ୍ରେସ।
୪-ଆନ୍ଦୋଳନକୁ ଓହ୍ଲାଇଲେ ମାଧ୍ୟମିକ ଶିକ୍ଷକ,ଦାବି ପୂରଣ ପର୍ଯ୍ୟନ୍ତ ଜାରି ରହିବ ଅହୋରାତ୍ର ଧାରଣା।
୫-ନୂଆଦିଲ୍ଲୀ:ଦେଶରେ ୧୫% ସାଂସଦ,୯%ବିଧାୟକ ମହିଳା।
୬-ଚାଲିପାରିଲାନି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି।
୭-ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ।
୮-ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ।
୯-ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩।
୧୦-ଆକ୍ସନ ମୋଡ୍ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି।
୧୧-କମୁଛି ହୀରାକୁଦର ଜଳସ୍ତର, ୧୦ଟି ଗେଟ୍ ବନ୍ଦ, ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଡ୍ୟାମରୁ ନିଷ୍କାସିତ ହେଉଛି ଜଳ।
୧୨-ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।
୧୩-ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି।
୧୪-ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ।
୧୫-ଚେନ୍ନାଇ:ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ।
୧୬-ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏
ଆହୁରି ପଢନ୍ତୁ I
ଖବର ଆଜିର
ତାରିଖ ୨୬/୦୯/୨୦୨୩ ମଙ୍ଗଳବାର ।।
NIA, IB, RAW, ATSଙ୍କ ବଡ ବୈଠକ । ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର୍ସଙ୍କ ନେଟୱାର୍କ ମୂଳପୋଛ କରିବାକୁ ହେବ ଯୋଜନା ।
ନିଖୋଜ ହୋଇଯାଇଥିବା ପାକିସ୍ତାନୀ ସାମ୍ବାଦିକ ତଥା ରାଜନୈତିକ ଟିପ୍ପଣୀକାର ଇମ୍ରାନ୍ ରିୟାଜ୍ ଖାଁ ଦୀର୍ଘ ୪ ମାସ ପରେ ଘରକୁ ଫେରିଥିବା କଥା ପୁଲିସ କହିଛି। ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଛନ୍ତି।
ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ.. ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଟିମ୍ ଇଣ୍ଡିଆ ।
ବିଶ୍ୱକପ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନକୁ ଜାରି ହେଲା ଭାରତର ଭିସା ।
ଖବର ଆଜିର II
ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା ପ୍ରତିରକ୍ଷାମନ୍ତ୍ରୀ କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
ବାୟୁସେନାର ସାମିଲ ହେଲା ସି-୨୯୫ ପରିବହନ ବିମାନ । ବିଦ୍ଧିବଦ୍ଧ ଭାବେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଏକ୍ସିଡେଣ୍ଟରେ ଖୋଲିଲାନି AirBag, ଆନନ୍ଦ ମହିନ୍ଦ୍ରାଙ୍କ ସମେତ ୧୩ଜଣଙ୍କ ବିରୋଧରେ FIR ଦେଲେ ମୃତକଙ୍କ ପିତା ।
ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଓ ଜନସଭା । ମଞ୍ଚରୁ କଂଗ୍ରେସକୁ କଲେ ଟାର୍ଗେଟ୍ । ସେପଟେ ଛତିଶଗଡରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା । ଏନଡିଏ ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ ।
ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ, ମାଧ୍ୟମିକ ଶିକ୍ଷକ, ଆଶା କର୍ମୀ ଓ ଗାଁ ସାଥୀ ।
କେରଳରେ ସେନା ଯବାନଙ୍କୁ ମରଣାନ୍ତକ ଆକ୍ରମଣ, ହାତ ବାନ୍ଧି ମାଡ଼ ମାରିବା ପରେ ପିଠିରେ ଲେଖିଲେ PFI ।
ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ଗ୍ରେଡ୍ ପୁନଃମୂଲ୍ୟାୟନ ପ୍ରସଙ୍ଗ: ପହଞ୍ଚିଲା ୩ଜଣିଆ ପ୍ରତିନିଧି ଦଳ ।
RBI କଡ଼ା କାର୍ଯ୍ୟାନୁଷ୍ଠାନ, SBI ଉପରେ ଲଗାଇଲା ୧.୩ କୋଟିର ଜରିମାନା ।
NIAକୁ ମିଳିବ ଅଧିକ ଶକ୍ତି: ୧ଟି ADG ଓ ୬ଟି IG ପଦ ସୃଷ୍ଟି ନେଇ ମଞ୍ଜୁରୀ ଦେଲା ଗୃହ ମନ୍ତ୍ରଣାଳୟ ।
ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ୩୯ ପ୍ରାର୍ଥୀଙ୍କ ୨ୟ ତାଲିକା ଜାରି କଲା ବିଜେପି, ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ର ମନ୍ତ୍ରୀ ।
ସୁପ୍ରଭାତ ,ଶୁଭ ସକାଳ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ I
ଓମ୍ 🕉️
. ‼️ ସୁପ୍ରଭାତମ୍ ! ‼️
କିଛି ସମୟ ଚୁପ୍ ରହି ଦେଖନ୍ତୁ….
ଅନେକ ପ୍ରଶ୍ନର ଉତ୍ତର ଆପେ ଆପେ ମିଳିଯିବ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹
ଆଜିର ଗୀତା ଉପଦେଶ💌
🦋ହେ ଅର୍ଜୁନ ଯାହା ସର୍ବ ଜୀବ ଉପùତ୍ତିର କାରଣ ତାହା ମୁଁ ହି ଅଟେ ଏବଂ ଏ ଚରାଚର ଜଗତରେ ଏପରି କୌଣସି ଜୀବ ନାହିଁ ଯିଏ ମୋ ବିନା ତିଷ୍ଠି ରହିପାରିବ ।
🦋ହେ ପରନ୍ତପ ଅର୍ଜୁନ ମୋର ଏ ଦିବ୍ୟ ବିଭୂତି ଗୁଡିକର କୌଣସି ଶେଷ ନାହିଁ ।ତେଣୁ ମୁଁ ସଂକ୍ଷେପରେ ବିଭୂତିଗୁଡିକ ବିସ୍ତାରି କହିଲି ।
🦋ଯାହାକିଛି ମୋ ବିଭୂତିପରି ଶ୍ରୀସମ୍ପନ୍ନ ଓ ପ୍ରଭାବସମ୍ପନ୍ନ ବା ଶକ୍ତିସମ୍ପନ୍ନ ବସ୍ତୁରହିଛି ତାହାସବୁ ମୋର ତେଜ ଅଂଶରୁ ସମ୍ଭୂତ ବୋଲି ତୁମେ ଜାଣ ।
🦋ଅଥବା ହେ ଅର୍ଜ୍ଜୁନ ମୋ ବିଭୁତି ସମୁହର ଏତେସବୁ ବିସ୍ତାର ଜାଣି ତୁମର ବା କଣ ହେବ ।ଏତିକି ମାତ୍ର ଜାଣ ଯେ ଏହି ସମଗ୍ର ଜଗତକୁ ମୁଁ ମୋର ଗୋଟିଏମାତ୍ର ଅଂଶରେ ଧାରଣ କରିଛି ।
🦋ମତେ ଅନୁଗ୍ରହ କରି ଆପଣ ଏ ଯେଉଁ ପରମଗୁହ୍ୟ ଅଧ୍ୟାତ୍ମ ତତ୍ତ୍ୱ ବର୍ଣ୍ଣନା କଲେ ତାଦ୍ୱାରା ମୋର ସମସ୍ତ ମୋହ ଦୂର ହୋଇଗଲା ।
🌹🌳🔘ଜୟ ଜଗନ୍ନାଥ🔘🌳
Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…
AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…
Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…
Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…