ODIA KHABAR

Breaking News Today // Ajira Khabar // ସକାଳର ଖବର, ୧୪-ଅକ୍ଟବର -୨୦୨୩, ଶନିବାର l

Breaking News Today // Ajira Khabar // ସକାଳର ଖବର, ୧୪-ଅକ୍ଟବର -୨୦୨୩, ଶନିବାର l

ଭୁବନେଶ୍ୱର:ମହାଳୟା ପାଇଁ ଆଜି ସ୍କୁଲ ଛୁଟି, ୨୦ରୁ ୨୯ ଯାଏଁ ଦୁର୍ଗାପୂଜା ଛୁଟି।

ଖବର ଆଜିର
ତାରିଖ ୧୪/୧୦/୨୩, ଶନିବାର

୧-ଭୁବନେଶ୍ୱର:ମହାଳୟା ପାଇଁ ଆଜି ସ୍କୁଲ ଛୁଟି, ୨୦ରୁ ୨୯ ଯାଏଁ ଦୁର୍ଗାପୂଜା ଛୁଟି।

୨-କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବ।

୩-ବଲାଙ୍ଗୀର:ଧରାପଡିଲା ଡାକ୍ତରୀ ନାମଲେଖା ଠକଦଳ,୩ ଗିରଫ,ନଗଦ ଟଙ୍କା ଓ ଡାଏରୀ ଜବତ।

୪-ପୁରୀ:କୋଠଭୋଗ ପିଠା ପାଇଁ ମହାପ୍ରଭୁଙ୍କ ସମ୍ମୁଖରେ ସେବକ ଓ କର୍ମଚାରୀ ହାତାହାତି, ଗର୍ଭ ଗୃହରେ ରକ୍ତ ଛିଟା।

୫-ପ୍ରବାସୀଙ୍କ ସହ ସମ୍ପର୍କ ଯୋଡୁଛି, ‘ଓଡ଼ିଶା ପରିବାର’, ଖୁବଶିଘ୍ର ଆରମ୍ଭ ହେବ କଲ ସେଣ୍ଟର ଓ ଗଣନା।

୬-ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ବେଦବ୍ୟାସ ମନ୍ଦିର ପାଇଁ ୧୪.୫କୋଟି ଟଙ୍କା ମଞ୍ଜୁର।

୭-ବଦଳିଲେ ୭ OAS ଅଧିକାରୀ, ରୁଦ୍ରନାରାୟଣ ମହାନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ।

୮-ଅନଲାଇନ୍ ଠକେଇ: ସାଢ଼େ ୭ ବର୍ଷରେ ୨୦ ହଜାର ମାମଲା।

୯-ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ : କୋଲକାତା ଓ ବେଙ୍ଗାଳୁରୁକୁ କରିବ ଯାତ୍ରା।

୧୦-ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ: କିଟ୍ ରେ ଜଳବାୟୁ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ।

୧୧-କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସମସ୍ତ ବିଭାଗକୁ କଡ଼ା ତାଗିଦ କଲେ ହାଇକୋର୍ଟ।

୧୨-ଭୁବନେଶ୍ବର BJB ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଏକାଧିକ ଛାତ୍ର ଆହତ।

୧୩-ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମରେ ସାମିଲ ହେଲା ପୁରୀ ଓ ନୟାଗଡ଼ ଜିଲ୍ଲା।

୧୪-ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସତର୍କ, ଅଟା ଦର ନିୟନ୍ତ୍ରଣ ପାଇଁ ଆରମ୍ଭ ହେଲା ଖୋଲାବଜାରରେ ଗହମ ବିକ୍ରି।

୧୫-ଆଜି ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ।

୧୬-ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ, ୨୦୨୮ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟ।

୧୭-୧୫ ହଜାର ୫୦୦ ଫୁଟ ଉଚ୍ଚ ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ: ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା ସେନା।

୧୮-ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ।

୧୯-ଚେନ୍ନଇ: କ୍ରିକେଟ -୩ୟ ବିଜୟ ସହ ଶୀର୍ଷରେ ନ୍ୟୁଜିଲାଣ୍ଡ।

୨୦-ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ, ମସଜିଦ୍‌ରେ ନମାଜ ପଢ଼ୁଥିବା ୭ ମୃତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Breaking News Today // Ajira Khabar // ସକାଳର ଖବର, ୧୪-ଅକ୍ଟବର -୨୦୨୩, ଶନିବାର l

ସକାଳର ଖବର, ୧୪-ଅକ୍ଟବର -୨୦୨୩, ଶନିବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ପବିତ୍ର ମହାଳୟା ଅବସରରେ ଆଜି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଲେ ଛୁଟି ଘୋଷଣା ।

➡️୩-ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଆସନ୍ତା ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।

➡️୪-କଟକର ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ୮ ଦିନ ଚାଲିବ ମେଳା l

➡️୫-ଆଜି ଏ ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ମହାଳୟା ଅମାବାସ୍ୟା । ଆଜି ଭାରତୀୟ ସମୟାନୁସାରେ ରାତି ୮ ଟା ୩୪ ମିନିଟରେ ଆରମ୍ଭ ହେବ ।ପରାଗ ମଧ୍ୟରାତ୍ରି ୨ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ହାଣ୍ଡିଛାଡ ହେବ ନାହିଁ ।

➡️୬-ପୁରୀ ଓ ନୟାଗଡ଼ ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା l

➡️୭-ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ହେଲା ବଡ଼ ଅଦଳ ବଦଳ l

➡️୮-ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ଆସନ୍ତାକାଲି ଠାରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ । ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

➡️୯-ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ୍‌ ନେଇ ଆସିଲା ମାର୍ଗଦର୍ଶିକା l ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ। ମହିଳାମାନେ ଶାଢି, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ। ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ ହେବ l

➡️୧୦-ଜେଲ ରୁ ମୁକୁଳିଲେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଟେଲିଭିଜନ ଅଭିନେତ୍ରୀ ମହାଲକ୍ଷ୍ମୀଙ୍କ ସ୍ୱାମୀ ରବୀନ୍ଦ୍ର ଚନ୍ଦ୍ରଶେଖରନ l ଜଣେ ବ୍ୟବସାୟୀଙ୍କୁ ରବୀନ୍ଦ୍ର ୧୫.୮୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

➡️୧୧-ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ କରାଗଲା ସମ୍ମାନିତ l

➡️୧୨-ରେଳ ଧାରଣାରେ ଫାଟ ଯୋଗୁଁ ହୋଇଥିଲା ବିହାର ବକ୍ସର ରେଳ ଦୁର୍ଘଟଣା, ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଲା ତଥ୍ୟ l

➡️୧୩-୨୦୨୪ ଲୋକସଭା ନିର୍ବାଚନରେ ମତଦାନ କରିବେ ୧୦୦ କୋଟିରୁ ଅଧିକ ଲୋକ: ପି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା l

➡️୧୪-ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ୧୫ ହଜାର ୫୦୦ ଫୁଟ ଉଚ୍ଚରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କଲା ଭାରତ l ବିଏସଏଲ ସହ ମିଶି ଟାୱାର ନିର୍ମାଣ କଲା ସେନା l

➡️୧୫-ପିତୃପକ୍ଷ ତିଥି ଅନୁଯାୟୀ ୧୨ ଜଣ ଜର୍ମାନ ଭକ୍ତ ନିଜର ସ୍ବର୍ଗତ ପରିଜନଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ ପାଇଁ ଗୟାରେ କଲେ ପିଣ୍ଡଦାନ l ପ୍ରଶାସନକୁ ଜଣାଇଲେ ଧନ୍ୟବାଦ l

➡️୧୬-ଆଫଗାନିସ୍ତାନର ବାଗଲାନ ପ୍ରଦେଶର ରାଜଧାନୀ ପୋଲ-ଇ-କୋମରିଠାରେ ଥିବା ଇମାନ ଜମାନ ମସଜିଦରେ ଗତକାଲି ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୭ ଜଣଙ୍କ ହେଲା ମୃତ୍ୟୁ l

➡️୧୭-ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଂଟା ସମୟ ଦେଲା ଇସ୍ରାଏଲ: ଉତର ଗାଜାର ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ଦେଲା ନିର୍ଦ୍ଦେଶ l

➡️୧୮-ବିଶ୍ୱକପ 2023 : ଆଜି ମଧ୍ୟାହ୍ନ ୨ଟାରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ରଙ୍ଗାରଙ୍ଗ ହେବ ମ୍ୟାଚ, ନିଜର ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ l

➡️୧୯-ବିଶ୍ୱକପ୍ ୨୦୨୩: ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ବିଜୟ l ବାଂଲାଦେଶକୁ ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ l

➡️୨୦-୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌, ଲସ୍ ଆଞ୍ଜେଲସ୍ କମିଟିର ପ୍ରସ୍ତାବକୁ ଗ୍ରହଣ କଲା IOC l ୨୦୨୮ ମସିହାର ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଖେଳାଯିବ କ୍ରିକେଟ୍‌ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ମହାଳୟା ଅମାବାସ୍ୟା ll
🔅ଆଜି ପିତୃପକ୍ଷ ସମାପ୍ତ, ଫୁଲ୍ଲୋରି ଓଷା ll
🔅ଆଜି ଜାତୀୟ ମିଠା ଦିବସ ll
🔅ଆଜି ଜାତୀୟ ମୋଟରସାଇକେଲ ଚାଳନା ଦିବସ ll
🔅ଆଜି ସର୍ବଭାରତୀୟ ସଙ୍ଗୀତ ଦିବସ ll
🔅ଆଜି ବିଶ୍ୱ ପକ୍ଷୀ ସ୍ଥାନାନ୍ତରଣ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଆଫ୍ରିକୀୟ
ପେଙ୍ଗୁଇନ୍ ସଚେତନତା ଦିବସ ll

ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

        ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
             ll ଶୁଭ ସକାଳ,ସୁପ୍ରଭାତ ll
GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago