Odia movie Pushkara Review // ପୁଷ୍କରା Review //#sabyasachi #pushkaramovie2023

Odia movie Pushkara Review // ପୁଷ୍କରା Review //#sabyasachi #pushkaramovie2023

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Odia movie Pushkara Review // ପୁଷ୍କରା Review //#sabyasachi #pushkaramovie

Odia movie Pushkara Review // ପୁଷ୍କରା Review //#sabyasachi #pushkaramovie

# ପୁଷ୍କରା Review

ଅନେକ ଓଡ଼ିଆ ସିନେମା ଭିତରେ ପୁଷ୍କରା ଚଳଚ୍ଚିତ୍ରଟି ମୋର ମନକୁ ଛୁଇଁଲା (ମୁଁ ଓଡ଼ିଆ ସିନେମା କଥା କହୁଛି,କପି ସିନେମା ନୁହେଁ) ଏଥିପାଇଁ ଛୁଇଁଲା –
👉ମୁଁ ଗୋଟିଏ ପରମ୍ପରା ବିଷୟରେ ଅବଗତ ହେଲି।
👉ଗୋଟିଏ ଅଞ୍ଚଳର ସଂସ୍କୃତି ଓ ଲୋକ ବୋଲି ଉପରେ ଅବଗତ ହେଲି।
👉ଗୋଟିଏ ଉପନ୍ୟାସର ଲେଖାରୁ କେଉଁ ଭଳି ସିନେମାର ରୂପ ଦିଆଯାଏ ତାହାକୁ ଦେଖିଲି ଓ ଚଳଚ୍ଚିତ୍ର ନିର୍ମାଣର ଛାତ୍ର ଭାବେ କିଛି ଶିଖିଲି।
👉ଏହା ସହିତ ଗୋଟିଏ ସୁନ୍ଦର ପ୍ରେମକାହାଣୀ ଯାହା କଥାକଥିତ ପ୍ରେମ କାହାଣୀ ଠାରୁ ବେଶ୍ ନିଆରା ଥିଲା ତାକୁ ଉପଭୋଗ କଲି। 👉ଏହି ଚଳଚ୍ଚିତ୍ରର ଗୀତଟି ଗୋଟିଏ ପୁରାତନ ଗୀତ ହୋଇଥିବାରୁ ମୋତେ ଅଧିକ ଛୁଇଁଲା।


ଆଉ ଏହି ସବୁ କଥା ଗୋଟିଏ ଓଡ଼ିଆ ଚଳଚିତ୍ରରେ ଚିତ୍ରିତ ହେଇଥିବାରୁ ମୋତେ ବିଶେଷ ଭାବରେ ଛୁଇଁଲା। ଏହି ଭଳି ପ୍ରୟାସ ଆମ ଓଡ଼ିଆ ଚଳଚିତ୍ର ନିର୍ମାତାମାନେ କରନ୍ତୁ। ଆମ କଥାକୁ ଆମ ରାଜ୍ୟକୁ ଆଗକୁ ନିଅନ୍ତୁ। ତେବେ ଏହି ଚଳଚ୍ଚିତ୍ରଟିକୁ ମୁଁ ୧୦ ରୁ ୮ ଦେବାକୁ ଚାହିଁବି।

ଚଳଚ୍ଚିତ୍ରର ମୁଖ୍ୟନାୟଙ୍କ ବିଷୟରେ କଥା ହେବା ପୂର୍ବରୁ କ୍ୟାମେରା ପଛର ନାୟକ ବା ନିର୍ଦେଶକଙ୍କ ବିଷୟରେ କଥା ହେବା। ତେବେ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ନେଇଥିଲେ ପ୍ରିୟର Subhransu Das ସାର୍। ଯାହାଙ୍କୁ ଆମେ ବିଗତ ଦିନମାନଙ୍କରେ DOP ଭାବରେ ଦେଖିଥିଲେ ସିଏ ହେଉଛନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ।

ଅତିସୁନ୍ଦର ନିର୍ଦ୍ଦେଶନା ସହିତ ସୁନ୍ଦର ଭାବରେ ଚିତ୍ରଣ କେଉଁଭଳି ଭାବେ କରାଯାଇପାରିବ ତାହାକୁ ଶ୍ରୀ ଦାଶ ଗୁରୁତ୍ଵର ସହ ନେଇଛନ୍ତି। ନିର୍ଦ୍ଦେଶକ ଆମ ପଡ଼ୋଶୀ ଅଞ୍ଚଳର ହୋଇଥିବାରୁ ଆମେ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛୁ। ପୁରୀର କାହାଣୀକୁ ଦେଖାଇଥିବାରୁ ସେହି ଅଞ୍ଚଳର ଜଣେ ପ୍ରଖ୍ୟାତ ଲେଖକ ଶଙ୍କର ତ୍ରିପାଠୀ ସାରଙ୍କୁ କାହାଣୀ ଓ ସଂଳାପ ଲେଖିବାରେ ନିୟୋଜିତ କରୁଥିବାରୁ Tarang Cine Productions କୁ ଅନେକ ଅନେକ ଧନ୍ୟବାଦ।

ଶଙ୍କର ତ୍ରିପାଠୀ ସାରଙ୍କୁ ବ୍ୟକ୍ତିଗତ ଭାବରେ ଜାଣିନଥିଲେ ମଧ୍ୟ ନାଟକ “ଆହେ ନୀଳ ଶଇଳ” ଓ ଧାରାବାହିକ “ସାଲବେଗ” ଦେଖିବା ପରେ ମୁଁ ଜଣେ ତାଙ୍କର ପ୍ରଶଂସକ ହୋଇସାରିଛି। ଏବେ କଥାହେବା ଚଳଚ୍ଚିତ୍ରର ମୁଖ୍ୟନାୟକ ନୀଳକଣ୍ଠ ମାନେ Sabyasachi Mishra ଭାଇଙ୍କ ଅଭିନୟ ବିଷୟରେ। ଚମତ୍କାର ଅଭିନୟ ଥିଲା ସବ୍ୟସାଚୀ ଭାଇଙ୍କର କିନ୍ତୁ କାହିଁକି ମୋତେ କିଛି ଜାଗାରେ ଲାଗିଲା ପୁରୀ ଭାଷାର କହିବା ଶୈଳୀ ଆହୁରି ଉନ୍ନତ ହୋଇପାରିଥାନ୍ତା।

କିନ୍ତୁ ସେ ଯାହା ବି ହେଉ ଏହି ଚଳଚ୍ଚିତ୍ରଟି ପାଇଁ ସବ୍ୟ ଭାଇଙ୍କ ପରିଶ୍ରମ ବାରିହୋଇ ପଡ଼ୁଥିଲା। ଦିନ ରାତି ଏକ କରି ଏହି ଚଳଚ୍ଚିତ୍ରର କାମ ଦୀର୍ଘ ଦୁଇବର୍ଷ ଧରି ଚାଲିଥିଲା। ଏହି ଚଳଚ୍ଚିତ୍ରରେ ରାମଲୀଳା ପାଇଁ ଆମ ନୟାଗଡ଼ର କଳାକାର ଭାଇମାନଙ୍କୁ ସୁଯୋଗ ଦେଇଥିବାରୁ Tribhuban Panda ଭାଇଙ୍କୁ ଧନ୍ୟବାଦ। ତ୍ରିଭୁ ଭାଇଙ୍କର ଅଭିନୟ ମଧ୍ୟ ଜୀବନ ଥିଲା। ଏହାଛଡା ନାୟିକା ସୁପ୍ରିୟା ନାୟକ ମଧ୍ୟ ବେଶ ସୁନ୍ଦର ଅଭିନୟ କରିଛନ୍ତି।

ଅନେକ ସମୟରେ ଚୌଧୁରୀ ବିକାଶ ଦାଶ ସାର୍, ଅଶ୍ରୁମୋଚନ ସାର୍ , ଓ ଅନ୍ୟାନ୍ୟ କଳାକାରମାନଙ୍କ ଅଭିନୟ ଆଖିରେ ଲୁହ ଓ ଉଠରେ ହସ ଆଣୁଥିଲା। ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେ ସମସ୍ତେ ଏହାକୁ ଦେଖିବାର ଆବଶ୍ୟକତା ରହିଛି। @followers ଆପଣମାନେ ସମସ୍ତେ ଦେଖିଲେଣି ତ? ନଦେଖି ଥିଲେ ଦେଖିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ 🙏

Odia movie Pushkara Review // ପୁଷ୍କରା Review //#sabyasachi #pushkaramovie

# ପୁଷ୍କରା Review

ଛାତିରେ ହାତ ରଖି କହିପାରିବି, ଏଇ ଫିଲ୍ମର ଶେଷ ୨୦ ମିନିଟ୍ ମତେ ଯେତିକି ଆତ୍ମସନ୍ତୋଷ ଦେଇଚି, ହଲ୍ ରେ ଦେଖିଥିବା କୌଣସି ଫିଲ୍ମ ଆଜିଯାଏ ମତେ ସେତିକି ଆତ୍ମସନ୍ତୋଷ ଦେଇ ନଥିଲା। ଗୋଟେ Predictable Climax କୁ ଗଭୀର ସଂଳାପ, ବଳିଷ୍ଠ ଅଭିନୟ ଆଉ ନିଖୁଣ…ସ୍କ୍ରିନ୍ ପ୍ଲେ ଦ୍ଵାରା ଏତେ ସୁନ୍ଦର୍ ଭାବେ ତିଆରି କରାଯାଇପାରେ, ତା’ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିହବନି।

ଶେଷ ଦୃଶ୍ୟରେ ଦୁଇ ମୁଖ୍ୟ ଚରିତ୍ରଙ୍କ କଥୋପକଥନକୁ ଖାଣ୍ଟି ଓଡ଼ିଆରେ ଏତେ ଭଲ ଭାବେ ଲେଖାଯାଇଚି ଯେ, ତାହା ପ୍ରତିଟି ଓଡ଼ିଆକୁ ନିଜ ଭାଷାକୁ ନେଇ ଗର୍ବ କରିବାକୁ ବାଧ୍ୟ କରିଦେବ। Dialogue ସବୁ ଶୁଣିଲା ବେଳକୁ ନିହାତି…ଭାବେ ମନକୁ ଆସିବ, “ଆହା, ମୋ ଭାଷା ସତରେ କେଡ଼େ ନ ସୁନ୍ଦର!!!” ଫିଲ୍ମ ସରିଲା ବେଳକୁ ବେଶି କିଛି ଆଶା ନନେଇ ହଲ ଯାଇଥିବା ଏ ଦର୍ଶକଟିର ଆଖିରେ ସିନା ଲୁହ ଥିଲା, ହୃଦୟରେ କିନ୍ତୁ ଥିଲା ଅଜସ୍ର ଆତ୍ମତୃପ୍ତି।

ଆରେ ଆରେ… ରିଭିୟୁ ଟା ଶେଷ ଆଡୁ ଆରମ୍ଭ କରିଦେଲି ଯେ! ଛାଡ଼ନ୍ତୁ, ଟିକେ ଅଧିକ ଖୁସି ହେଇ ଯାଇଥିଲି ତ। ଚାଲନ୍ତୁ ମୂଳ…ଆଡ଼େ ଯିବା। କାହାଣୀ କୁ ବେଶି Reveal ନ କରି ଟିକେ ଫିଲ୍ମ ବିଷୟରେ କଥା ହେଇଯିବା। Trailer ରୁ ଗୋଟେ Art Film ଭଳି ପ୍ରତ୍ୟୟ ହେଉଥିବା #Pushkara ବାସ୍ତବରେ କିନ୍ତୁ କୌଣସି ଗୁଣରେ ଗୋଟେ Commercial ଫିଲ୍ମ ଠୁ କମ୍ ନୂହେଁ। ମୌଳିକ ଫିଲ୍ମ କରିବା ଚକ୍କରରେ ଯେମିତି ବୋରିଂ ଫିଲ୍ମଟେ ତିଆରି ହେଇନଯାଏ, ସେଇ ଦିଗରେ ଯଥା ସମ୍ଭବ…ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ।

1st half ସାରା ଏମିତି ବହୁତ କିଛି ଦୃଶ୍ୟ ଅଛି ଯେଉଁଠି ନିଜ ସ୍ମିତ ହସକୁ ଅଟକେଇ ପାରିବନି ଦର୍ଶକ। ଗୋଟେ ଗୋଟେ ଜାଗାରେ ତ ହାସ୍ୟରୋଳ ସୃଷ୍ଟି ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆ ଯାଇନପାରେ। କିନ୍ତୁ ହାଲକାଫୁଲକା Comedy କୁ ନେଇ ଆଗେଇ ଚାଲିଥିବା ଫିଲ୍ମରେ ହଠାତ ଏତେ ସୁନ୍ଦୁରିଆ Love Story ଟିଏର ଯେ…ଆବିର୍ଭାବ ଘଟିବ, ତା ଥିଲା ମୋ କଳ୍ପନା ବାହାରେ।

ଆଉ ପ୍ରେମ କାହାଣୀଟି ଏତେ ମନ ଛୁଆଁ ହେବାର ବହୁତ୍ ଗୁଡ଼ାଏ ଶ୍ରେୟ ଯିବ ମୁଖ୍ୟ ନାୟିକା ଭୂମିକାରେ ଥିବା ସୁପ୍ରିୟାଙ୍କୁ। ଚୁଲବୁଲି ପ୍ରେମିକା ହଉକି ସର୍ବସ୍ୱାନ୍ତ ହେଇ ସାରିଥିବା ବିଧବା, ଉଭୟ ଚରିତ୍ରରେ କମାଲ କରିଛନ୍ତି ସୁପ୍ରିୟା। ଆଉ Climax ସିନ୍ ରେ ତାଙ୍କ ଅଭିନୟର ଯେତେ ପ୍ରଶଂସା….କଲେ ବି କମ୍ ହବ।
ଜଣେ କଳାକାର ହିସାବରେ ପ୍ରତି ଅଭିନେତାର ଇଚ୍ଛା ଥାଏ ମନ ଲାଖି ଚରିତ୍ରଟିଏ ପାଇବା।

ଠିକ୍ ସେମିତିଆ ଚରିତ୍ରଟିଏ ସବ୍ୟସାଚୀ ପାଇଛନ୍ତି ଏଇ ଫିଲ୍ମରେ। ଫିଲ୍ମ ରେ Pushkara ଚରିତ୍ରର ବିଭିନ୍ନ ଗୁଡ଼ାଏ ଦିଗ ରହିଛି ଯେମିତି କୌତୁକିଆ ପୁଷ୍କରା, ପ୍ରେମିକ ପ୍ରବର ପୁଷ୍କରା, ଭାଙ୍ଗି ପଡିଥିବା ପୁଷ୍କରା। କହିବା ଅନାବଶ୍ଯକ…ପୁଷ୍କରା ଚରିତ୍ରର ପ୍ରଥମ ଦୁଇ ଦିଗକୁ ନିଭେଇବାରେ ସଫଳ ହେଇଛନ୍ତି ସବ୍ୟସାଚୀ ।

କିନ୍ତୁ କୋଉଠି ନା କୋଉଠି ଦୁଃଖରେ ଭାଙ୍ଗି ପଡିଥିବା ପୁଷ୍କରା, ଛାତିରେ ମେଞ୍ଚାଏ କଷ୍ଟ ରଖି ମରିମରି ଜିଇଁଥିବା ପୁଷ୍କରା ଚରିତ୍ରରେ ତାଙ୍କ ଅଭିନୟ ମନକୁ ସେତେ ଛୁଇଁ ପାରୁନଥିଲା। ଲାଗୁଥିଲା କୋଉଠି ନା କୋଉଠି ଟିକେଟିକେରେ mark miss କରିଯାଉଛନ୍ତି .| ସେ। ହେଲେ…..ମା ରାଣ… ଚକମା ଚୁର୍…ଫୁଲ ବୋବାଲ୍…ଶେଷ ୨୦ ମିନିଟ୍ ରେ ପୁରା top form କୁ ଫେରିଛନ୍ତି ସବ୍ଯସାଚୀ।

  • ମଝି ଓଭରରେ ବଲ୍ ଖାଇଥିବା ବ୍ୟାଟସମ୍ୟାନ୍ ସ୍ଲଗ୍ ଓଭରରେ ବୋଲରଙ୍କୁ ଗୁଡେଇ ତୁଡେଇ ପିଟିଲା ଭଳି, ଅଭିନୟରେ ଚୌକା ଛକା ମାରିଚାଲିଛନ୍ତି ସେ। ଯେମିତି 6 ବଲ୍ ରେ 15 ରନ୍ ମାରି ବ୍ୟାଟସମ୍ୟାନ୍ ମ୍ୟାଚ ଜିତେଇଲା ବେଳେ, ଖେଳ ପ୍ରେମୀ ମଝି ଓଭର୍ କଥା ଭୁଲିଯାଆନ୍ତି, ସେମିତି ଫିଲ୍ମର ବାକି ସବୁ ଛୋଟ ମୋଟ ତ୍ରୁଟିକୁ ଦର୍ଶକକୁ ଭୁଲିଯିବାକୁ ବିବଷ କରିଦିଏ ଫିଲ୍ମର Pre – Climax ଆଉ Climax। ସିଟରେ ଠିଆ ହେଇ ତାଳି ମାରିବାରୁ ନିଜକୁ ଅଟକେଇ ପାରେନି ସିନେ ପ୍ରେମୀଟିଏ। Premier Show ଦେଖିଥିଲେ, ସବ୍ୟ ଭାଇ ଆପଣଙ୍କୁ କୁଣ୍ଢେଇ ନିହାତି ଟିକେ ଗେଲ କରି ପକେଇ ଥାଆନ୍ତି ମୁଁ। 😁
    ଏମିତି ଗୋଟେ ଚରିତ୍ର / କାହାଣୀ ବାଛି ଥିବାରୁ ଓଡ଼ିଆ ଦର୍ଶକ ହିସାବରେ ଆମେ ଆପଣଙ୍କ ରଣୀ।🙏

ଫିଲ୍ମର ଅନ୍ୟ ବିଭାଗ ବିଷୟରେ ବିସ୍ତୃତ ଭାବେ ଲେଖନ୍ତି ଯେ, ହେଲେ ମୁଁ ଅନୁଭବ କରି ପାରୁଛି ରିଭିୟୁ ଟା ଟିକେ ବେଶୀ ଲମ୍ବା ହେଇ ଗଲାଣି। ତେଣୁ ପରେ କେବେ।

ଶେଷରେ ଗୋଟେ ଛୋଟ ଅନୁରୋଧ। ଯଦି….ଆପଣଙ୍କ ପାଖେ ସୁଯୋଗ ଅଛି ତେବେ ଦୟାକରି ଫିଲ୍ମଟିକୁ ହଲ୍ ରେ ମିସ୍ କରନ୍ତୁନି। କାରଣ ଯଦି ଏଭଳି ଫିଲ୍ମ ବକ୍ସ ଅଫିସରେ ବିଫଳ ହୁଏ, ତେବେ ଓଡ଼ିଆ ଦର୍ଶକ ହିସାବରେ ଆମ ସିନେମାକୁ ନେଇ ଅଭିଯୋଗ କରିବାର ଅଧିକାରଟି ଆମେ ହରେଇ ବସିବା।🙏

-ଆଉ ଯଦି ଆପଣଙ୍କ ଅଞ୍ଚଳରେ ଫିଲ୍ମଟି ପଡିନି କିମ୍ବା ଆପଣ ବାହାରେ ରହୁଛନ୍ତି, ତେବେ ପ୍ରଡ଼କ୍ସନ୍ ହାଉସ…ଟ୍ୟାଗ କରି ଫିଲ୍ମଟିକୁ ଆପଣ ଙ୍କ Area ରେ ରିଲିଜ କରିବାକୁ ଅନୁରୋଧ କରନ୍ତୁ।

  • ରହିଲି। ଏତେ ସମୟ ଦେଇ ପଢିଥିବାରୁ ବହୁତ୍ ବହୁତ ଧନ୍ଯବାଦ। 🙏

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

nepal vs mangolia match.

Leave a Comment