ODIA POEM 4 II ଫିକା ରଙ୍ଗର ଏକ ସକାଳ II SUNDAR KABITA BY MAHENDRA NANDA II
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ସୁନ୍ଦର କବିତା, ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
………………..ଫିକା ରଙ୍ଗର
ଏକ ସକାଳ………………
ଆମର ମଝିରେ ତୁମର ମୋର
ଲଗେଇଲ ଯେଉଁ ଦିନୁ
ସୁରୁଜ ଘୁରିଲା ପୃଥିବୀ ପଛରେ
ସେବେ ଠାରୁ ସହି କ୍ଷଣୁ ।।
ଭାଗ ହେଇଗଲା ଭାଗରେ ସମ୍ପର୍କ
ସୀମାର ଉଠେଇ ବାଡ଼
ପକ୍ଷଭୁକ୍ତ କଲା ପ୍ରତିପକ୍ଷ କରି
ଶ୍ଵସରୁଦ୍ଧ କଲା ସ୍ବର ।।
ନିଶ୍ଵାସ ହରେଇ ବସିଲା ବିଶ୍ଵାସ
ସମୟର ଦୋଷ ଦେଇ
ଭାଗ୍ୟ ମିଶିଗଲା ଭଗବାନ ସାଙ୍ଗେ
ଗତିପଥ ବଦଳେଇ ।।
ଫଟା ସିଂଘ ଯୋଡ଼ି ଗୋଟା ଲଢିବାକୁ
ହେଲା ଦିନୁ ଆମେ ବାଧ୍ୟ
ଅଚିହ୍ନା ଲାଗିଲା ପରିଚୟ ସବୁ
ଚିହ୍ନିବାରେ ହେଲା ଦ୍ଵନ୍ଦ ।।
ଭଙ୍ଗା ଆଇନାରେ ଦି ଜଣିଆ ଛାଇ
ଦିଶୁଛି ଆଖିକୁ ଛାଏଁ
ବହୁବଚନର ବିବିଧ ପ୍ରଶ୍ନରେ
ଉତ୍ତରକୁ ଆମେ ନୁହେଁ ।।
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ…….
NEWS.