Sakalara Khabar // Ajira Khabar // ସକାଳର ଖବର // Dt-05.12.2023…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023…
─────────────────────╮
🌄ସକାଳର ଖବର, ୦୫-ଡିସେମ୍ବର-୨୦୨୩, ମଙ୍ଗଳବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର l ମାମୁଁ ଘର କଟକ ନିଆଳିରୁ ଆସିଛି ପୋଢୁଆଁ ଭାର । ସେପଟେ ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘ କାମନା କରି ଘରେ ଘରେ ଷଷ୍ଠୀ ଦେବୀଙ୍କର ପୂଜା କରାଯିବ ।
➡️୨-ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୨ଟି ବିଧେୟକକୁ ମିଳିଲା ମଞ୍ଜୁରୀ l ସପ୍ତଦଶ ଲୋକସଭାର ଏହି ଚତୁର୍ଦ୍ଦଶ ଅଧିବେଶନ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୯ଟି ବିଧେୟକ ଏବଂ ଦୁଇଟି ବିତ୍ତୀୟ ଚିଠା ଆଗତ କରାଯିବ।
➡️୩-ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଯାତ୍ରା ଗତଜାଲି ଶେଷ ହେବାର ଥିଲା, ଆଜି ସରିବ l
➡️୪-ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଗ୍ଜୋମ, ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦କି.ମି ରହିବ। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
➡️୫-ଏଣିକି ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଆସିବ ନୂଆ ସ୍କିମ୍ l ଖୁବଶୀଘ୍ର ସାରା ଦେଶରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଆରମ୍ଭ କରିବେ ମୋଦୀ ସରକାର l
➡️୬-ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ‘ମିଗଜୋମ’ l କିଛି ଘଣ୍ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ l ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୯ କିମି ବେଗରେ ଅଗ୍ରସର ହେଉଛି ‘ମିଗଜୋମ’ l
➡️୭-ସ୍କୁଲ କଲେଜ ବ୍ୟାଙ୍କ ସହ ସବୁ ଅଫିସ ହେଲା ବନ୍ଦ l ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ତାମିଲନାଡୁ l ଜଳାର୍ଣ୍ଣବ ହେଲା ଚେନ୍ନାଇ ସହର l ଜନଜୀବନ ଅସ୍ତବ୍ୟସ୍ତ କଲା ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ l ବର୍ଷା ବିତ୍ପାତରେ ଏବେସୁଦ୍ଧା ୫ ଜଣଙ୍କ ଜୀବନ ଯାଇଥିବା ସୂଚନା l
➡️୮-ତାଳଚେର ଏମ୍ସିଏଲ୍ ନେହରୁ ଶତବ୍ଦୀ ହସ୍ପିଟାଲ ନାଁ ବଦଳି ହେଲା ପବିତ୍ର ମୋହନ ପ୍ରଧାନ ସରକରୀ ହସ୍ପଟାଲ ।
➡️୯-ସାକାର ହେବ ପଦମପୁରବାସୀଙ୍କ ସ୍ବପ୍ନ । ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର । ଆରମ୍ଭ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା l
➡️୧୦-ବିଗିଡ଼ିଲା ଲୋକପ୍ରିୟ ଧାରାବାହିକ ‘ସିଆଇଡି’ରେ ଫ୍ରେଡି (ଫ୍ରେଡେରିକ୍ସ)ଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡନିସଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କର ଯକୃତରେ ସମସ୍ୟା ରହିଛି। ଏବେ ସେ ଗୁରୁତର ଅଛନ୍ତି।
➡️୧୧-ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ଭାସିଲା କାର୍, ରନଓ୍ବେରେ ପାଣି ଭରିବା ପରେ ବନ୍ଦ ହେଲା ବିମାନ ବନ୍ଦର l
➡️୧୨-ପରାଜୟ ପରେ କମଳନାଥଙ୍କ ଉପରେ ଆକ୍ସନ l ସଭାପତି ପଦରୁ ଇସ୍ତଫା ମାଗିଲା କଂଗ୍ରେସ ହାଇକମାଣ୍ଡ l
➡️୧୩-ଅନଲାଇନ୍ ମ୍ୟୁଜିକ୍ ଷ୍ଟ୍ରିମିଂ ଆପ୍ ‘ସ୍ପଟିଫାଏ’ ପୁଣି ଥରେ ବଡ଼ ଧରଣ ଛଟେଇ କରିବାକୁ ଯାଉଛି । ସାରା ଦୁନିଆର ୧୫ ଶହ କର୍ମଚାରୀଙ୍କୁ କମ୍ପାନି ବିଦା କରିବ ବୋଲି କଲା ଘୋଷଣା l
➡️୧୪-ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଲା ନବାଗତ ଜେଡ୍ପିଏମ୍ ବା ଜୋରାମ୍ ପିପୁଲ୍ସ ମୁଭ୍ମେଣ୍ଟ। ପ୍ରଥମ ପଦାର୍ପଣରେ ଏମ୍ଏନ୍ଏଫ୍କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି। ଏହାର ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
➡️୧୫-ମଣିପୁରରେ ଚରମପନ୍ଥୀ ସଂଗଠନ ଓ ସେନା ମଧ୍ୟରେ ଗୁଳିବିନିମୟ ଯୋଗୁଁ ୧୩ ମୃତଦେହ ହେଲା ଉଦ୍ଧାର l
➡️୧୬-ଏଣିକି ନୌସେନା ଅଧିକାରୀ ମାନେ ପିନ୍ଧିବେ ସେମାନଙ୍କ କାନ୍ଧରେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନରେ ସଜ୍ଜିତ ପଟ୍ଟୀ l ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣାl
➡️୧୭-ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟ ଉଦ୍ଗୀରଣ ଯୋଗୁଁ ୧୧ ଜଣ ପର୍ବତାରୋହୀଙ୍କ ହେଲା ମୃତ୍ୟୁ l
➡️୧୮-ଆଜିଠାରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ l
➡️୧୯-ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିଲା ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାର l
➡️୨୦-ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ବିସିସିଆଇ ବରିଷ୍ଠ ଅନ୍ତଃଜୋନ୍ ଟ୍ବେଣ୍ଟି-୨୦ ମ୍ୟାଚ ରେ ଟ୍ରଫି ଜିତିଲେ ପୂର୍ବାଞ୍ଚଳର ମାଧୁରୀ-ସୁଶ୍ରୀ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ପ୍ରଥମାଷ୍ଟମୀ ll
🔅ଆଜି ବିଶ୍ୱ ମୃତ୍ତିକା ଦିବସ ll
🔅ଆଜି ଶ୍ରୀମତୀ ଜୟଲଳିତା ସ୍ମୃତି ଦିବସ ll
🔅ଆଜି ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ll
🔅ଆଜି କ୍ରିକେଟର ଶିଖର ଧାୱନଙ୍କ ଜନ୍ମଦିନ ll
🔅ଆଜି ଆନ୍ତର୍ଜାତୀୟ ନିଞ୍ଜା ଦିବସ ll
🔅ଆଜି ଜାତୀୟ ନୀଳ ଜିନ୍ସ ଦିବସ ll
🔅ଆଜି ଥାଇଲ୍ୟାଣ୍ଡରେ ଜାତୀୟ ପିତା ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଆଜିର ସୁବିଚାର🛕🎪*
.🍁🍁🍁🍁🍁🍁🍁🍁🍁🍁🍁
.
. ✤• • • • • • ✤ • • • • • • ✤• • • • • • ✤
🦋 ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ଦେଇଥାଏ ଏବଂ ପ୍ରତ୍ୟେକ ଶିକ୍ଷା ଜଣେ ବ୍ଯକ୍ତିକୁ ପରିବର୍ତ୍ତନ କରିଥାଏ।
🦋 ମଣିଷର ସବୁକିଛି ଥାଇ ଯଦି ମାନସିକ ଶାନ୍ତି ନଥାଏ,ବାକି ସବୁକିଛି ଅର୍ଥହୀନ।
🦋 ଅନ୍ୟକୁ ଠକି କିଏ କେତେଦୂର ବା ଯିବ?ଜୀବନର ପଥ ଅନେକ ବଡ,ପାଖରେ କିମ୍ବା ଦୂରରେ ଝୁଣ୍ଟି ତ ପଡିବ।
🦋 ଜୀବନ ଆଉ ଯୌବନ କେବେ ଚିରସ୍ଥାୟୀ ନୁହଁନ୍ତି। ସମୟର ସହିତ ଦିନେ ନା ଦିନେ ଦୁହେଁ ହଜିଯାଆନ୍ତି।
🦋 କଥାରେ ଅଛି…ନଈ ସରିଗଲେ ନାଉରୀଆ କିଏ,ସ୍ବାର୍ଥ ସରିଗଲେ ମଣିଷ କିଏ…?
. 🌞ଶୁଭ ସକାଳ🌞
. ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
. 🙏🏻 🔘ଜୟ ଜଗନ୍ନାଥ🔘🙏🏻
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।