Today odia news / Odisha News / Top 20 Headlines …
Today odia news / Odisha News / Top 20 Headlines …୧୩-ମାର୍ଚ୍ଚ-୨୦୨୩, ସୋମବାର
╭─────────────────────╮
🌄ସକାଳର ଖବର, ୧୩-ମାର୍ଚ୍ଚ-୨୦୨୩, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ କର୍ଣ୍ଣାଟକର ହୁବାଲିଠାରେ ବିଶ୍ୱର ଦୀର୍ଘତମ (୧୫୦୭ ମିଟର ଲମ୍ବା) ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ପ୍ଲାଟଫର୍ମର ନିର୍ମାଣ ରିମଡେଲିଂ ପାଇଁ ଖର୍ଚ୍ଚ ହୋଇଛି ୨୦.୧ କୋଟି ଟଙ୍କା ।
➡️୨-ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଠାରୁ ଆରମ୍ଭ ହେବ।ପ୍ରାୟ ୨୬ଟି ବିଲ୍ ଏବେ ରାଜ୍ୟସଭାରେ ଏବଂ ୯ଟି ବିଲ୍ ଲୋକସଭାରେ ଗୃହୀତ ହେବାପାଇଁ ପଡ଼ି ରହିଛି।
➡️୩-ସମଲିଙ୍ଗୀ ବିବାହ ମାମଲା : ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ l
➡️୪-ପୂରଣ ହେବ ୬୦୨୫ଟି LTR ଶିକ୍ଷକ ପଦବୀ l ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ଗଣଶିକ୍ଷା ବିଭାଗ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି l
➡️୫-ରେକର୍ଡ ଛୁଇଁଲା ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ: ୨ ଦିନରେ ୪ ଲକ୍ଷରୁ ଅଧିକ ସଂଖ୍ୟାରେ ଅଣ୍ଡା ଦେଲେ କଇଁଛ l
➡️୬-ଏଣିକି ବେକାର ଯିବନି ଚିପ୍ସ ଓ ବିସ୍କୁଟ୍ ଜରି, ପୁଣେରେ ଥିବା ‘ଆଶାୟା’ ନାମକ ଏକ କମ୍ପାନି ପ୍ଲାଷ୍ଟିକ୍ର ରିସାଇକ୍ଲିଂ ବା ପୁନର୍ବ୍ୟବହାର କରି ତିଆରି କଲେ ସନ୍ଗ୍ଲାସ୍ (ଚଷମା) l
➡️୭-ପାରାଦୀପ୍ ରେ 58 ହଜାର କୋଟି ଟଙ୍କା ବିନିମୟରେ ସ୍ଥାପନ ହେବ ମେଗା ଫିଡ୍ କ୍ରାକର ପ୍ରକଳ୍ପ | ଏହି ପ୍ରକଳ୍ପ ନିମନ୍ତେ ଭାରତୀୟ ତୈଲ ବିଶୋଧନାଗାର ଏହି ପୁଞ୍ଜି ନିବେଶ କରିବ |
➡️୮-H3N2 ଇନ୍ଫ୍ଲୁଏନ୍ଜା ନେଇ କେନ୍ଦ୍ର ସତର୍କ କରାଇବା ପରେ CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବାକୁ ଦେଲେ ପରାମର୍ଶ l
➡️୯-ଆରମ୍ଭ ହେଲା ପ୍ରସିଦ୍ଧ ହରିରାଜପୁର ଜଟଣୀ ନିକଟସ୍ଥ, ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁ ଦୋଳ ମେଳଣ l ମାର୍ଚ୍ଚ ୧୬ ଯାଏଁ ଚାଲିବ ଏହି ଉତ୍ସବ l
➡️୧୦-ଓସ୍କାର ପୁରସ୍କାର ଘୋଷଣା: ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ ପିନୋକିଓ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ ଜିତିଲା ପୁରସ୍କାର l
➡️୧୧-ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହାଁନ୍ତି ନାହିଁ, ଝିଅ ପାଇଁ ବଞ୍ଚିବାକୁ ଚାହାଁନ୍ତି l
➡️୧୨-ଇନଷ୍ଟାଣ୍ଟ ନୁଡୁଲ୍ସ ଖାଉଥିଲେ ସାବଧାନ ! ହୋଇପାରେ ହାର୍ଟ ଆଟାକ୍ ଓ କ୍ୟାନ୍ସର ଭଳି ରୋଗ, ରିସର୍ଚ୍ଚରୁ ଆସିଲା ଖୁଲାସା l
➡️୧୩-ମୁଖିଆଙ୍କ ସମେତ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମସମର୍ପଣ କଲେ ୧୫ଜଣ ନକ୍ସଲ ।
➡️୧୪-ମାର୍ଚ୍ଚ ୨୦ରେ ଭାରତ ଆସିବେ ଜାପାନ ପିଏମ୍, ଚୀନ ଛାଡୁଥିବା ଜାପାନ କମ୍ପାନିଙ୍କୁ ଭାରତ ଆଣିବା ଉପରେ ମୋଦୀ-କିଶିଦା କରିବେ ଆଲୋଚନା l
➡️୧୫-ପ୍ରଥମ ଭାରତୀୟ ମହିଳା ଭାବେ ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି l
➡️୧୬-ବଢ଼ିବ ଭାରତର ପ୍ରତିରକ୍ଷା ଶକ୍ତି: ନୌସେନାରେ ସାମିଲ ହେବ ୨୦୦ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ l
➡️୧୭-ପ୍ରଥମଥର ପାଇଁ ତୋସାଖାନା ଉପହାରକୁ ସାର୍ବଜନୀନ କଲା ପାକିସ୍ତାନ l
➡️୧୮-ଅହମଦାବାଦ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ, ଭାରତର ସ୍କୋର ପ୍ରଥମ ପାଳିରେ ୫୭୧ ରନ୍ l ଦଳ ଅଷ୍ଟ୍ରେଲିଆଠୁ ୯୧ ରନ ଅଗ୍ରଣୀ ହାସଲ କଲା l
➡️୧୯-ମିଳିଲା ଫର୍ମୁଲା, ବିରୁଷ୍କାଙ୍କ ପୂଜାରେ ପ୍ରସନ୍ନ ହେଲେ ମହାକାଳ ବାବା l ୭୫ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି l
➡️୨୦-ପ୍ରୋ-ଲିଗ୍ ହକି: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ସ୍କନ୍ଧ ଷଷ୍ଠୀ ll
🔅ଆଜି ଜାତୀୟ ଅଳଙ୍କାର ଦିବସ ll
🔅ଆଜି ଥାଇ ଜାତୀୟ ହାତୀ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
1 thought on “Today odia news / Odisha News / Top 20 Headlines …୧୩-ମାର୍ଚ୍ଚ-୨୦୨୩, ସୋମବାର”