Today Odia News // Ajira Khabar // ଖବର ଆଜିର // Dt-23.11.2023
Today Odia News // Ajira Khabar // ଖବର ଆଜିର // Dt-23.11.2023
ଖବର ଆଜିର
ତାରିଖ ୨୩/୧୧/୨୩, ଗୁରୁବାର
୧-ଆଜି କାର୍ତ୍ତିକ ପଞ୍ଚକ ବ୍ରତ: ଧବଳେଶ୍ୱରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି।
୨-ପୁରୀ: ପଞ୍ଚକରେ ବିଭିନ୍ନ ବେଶରେ ଦର୍ଶନ ଦେବେ ଦାରୁବ୍ରହ୍ମ,ସୁରକ୍ଷା ଦାୟିତ୍ବରେ ୨୦ ପ୍ଲାଟୁନ ଫୋର୍ସ।
୩-ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ୧୧ ଦିନ ଧରି ରାଜୁତି କରିବେ ମହାରାଜ କଂସ।
୪-ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ।
୫-ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିଛି।
୬-ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଲାଗୁହେଲା DBT।
୭-ବୌଦ୍ଧ:ବନ୍ଧା ହେଲେ ଲାଞ୍ଚୁଆ ଏସ୍ଆଇ, ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ।
୮-ଭୁବନେଶ୍ୱର: ସଫଳତାର ମନ୍ତ୍ର ଦେବା ଆଳରେ ୫୦୦ କୋଟି ଠକେଇ।EOWରେ ଡ.ନୀତିନ ମୋହନ ଲାଲଙ୍କ ନାମରେ ଅଭିଯୋଗ।
୯-ଭୁବନେଶ୍ୱର: କମ୍ପୁଛି ଗାନ୍ଧି ମାର୍ଗ;୧୧ ସଂଗଠନ,୪୦ ଦାବି।
୧୦-ଭୁବନେଶ୍ୱର:ପୁରୁଣା ଓମ୍ଫେଡ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଫର୍ଣ୍ଣେସରୁ ତେଲ ବାହାରି ଲାଗିଲା ନିଆଁ।
୧୧-କୋଣାର୍କ: ଡିସେମ୍ବର ୧ରୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗାରେ ହେବ ଅନ୍ତର୍ଜାତୀୟ ବାଲୁକା କଳା।
୧୨-ପୁରୀ: ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ
୧୩-ରାଜଧାନୀରେ ବିଜୁ ପଟ୍ଟନାୟକ ଛକରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି, ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ।
୧୪-ସାଲେପୁର:ରାଧା ପାଦ ଦର୍ଶନରୁ ଶେଷ ଯାତ୍ରା; ଅଜଣା ଗାଡି ଧକ୍କାରେ ସ୍ୱାମୀ- ସ୍ତ୍ରୀ ମୃତ୍ୟୁ, ୪ବର୍ଷର ଶିଶୁପୁତ୍ର ଗୁରୁତର।
୧୫-ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ।
୧୬-ନ୍ୟୁୟର୍କ : ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ।
୧୭-ଖୁବ୍ଶୀଘ୍ର ଆସିପାରେ ବଡ଼ ଖବର ! ୧୧ ଦିନ ପରେ ଟନେଲରୁ ଉଦ୍ଧାର ହେବେ ୪୧ ଶ୍ରମିକ।
୧୮-ଦୁର୍ନୀତି ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: DGCA ନିର୍ଦ୍ଦେଶକଙ୍କୁ ନିଲମ୍ବିତ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ।
୧୯-ନୂଆ ଦିଲ୍ଲୀ:ରଜୌରୀ ଏନକାଉଣ୍ଟରରେ ସେନାର ଚାରି ଯବାନ ସହିଦ, ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କୁ ନିପାତ ପାଇଁ ଜାରି ରହିଛି ଅପରେସନ।
୨୦-ବିଶାଖାପାଟଣା:ଭାରତ ଅଷ୍ଟ୍ରେଲିଆ ପ୍ରଥମ T20 ଆଜି, ପ୍ରସାରିତ ହେବ ରାତି ୭ଟାରୁ ସ୍ପୋର୍ଟସ ୧୮ରେ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏
Today Odia News // Ajira Khabar // ଖବର ଆଜିର // Dt-23.11.2023
─────────────────────╮
🌄ସକାଳର ଖବର, ୨୩-ନଭେମ୍ବର-୨୦୨୩, ଗୁରୁବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ ହେବ ଆରମ୍ଭ । ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ।
➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଦେଲେ ଯୋଗ l ଆଜି ସନ୍ଧ୍ୟା ୬ଟା ୫୦ରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।
➡️୩-ସରିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସମ୍ବଲପୁରରୁ ବେଙ୍ଗାଲୁରୁ ଅଭିମୁଖେ କଲେ ଯାତ୍ରା l
➡️୪-ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ । ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ।
➡️୫-ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବାରିପଦାର ମା’ଅମ୍ବିକା ମନ୍ଦିର ପାଇଁ ୫୦ଲକ୍ଷ ଓ ରାଧାମୋହନ ମନ୍ଦିର ପାଇଁ ୨୫ଲକ୍ଷଟଙ୍କା ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୬-ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
➡️୭-ଆଜିଠାରୁ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ବରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ଆରମ୍ଭ l ଭିଡ଼ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ପାଇଁ ୧୬ପ୍ଲାଟୁନ ଫୋର୍ସ ମୁତୟନ ହେବେ।
➡️୮-ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଜାତୀୟ ଉଦ୍ୟାନ ରେଞ୍ଜ ଅଧୀନ ଘଞ୍ଚ ଜଙ୍ଗଲରୁ ଦାନ୍ତ କଟାଯାଇଥିବା ଏକ ହାତୀର ଗଳିତ ମୃତଦେହ ହେଲା ଠାବ l
➡️୯-ଭୁବନେଶ୍ୱର ରେ ଏଣିକି ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍ l ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ନେଲେ ଏହି ପଦକ୍ଷେପ l
➡️୧୦-ଆସୁଛି ଆଉଏକ ସାମୁଦ୍ରିକ ଝଡ଼, ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।
➡️୧୧-ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର l
➡️୧୨-ଦୁର୍ଘଟଣା ପରେ ଚେତିଲେ ସରକାର ! ଏଣିକି ଦେଶରେ ନିର୍ମାଣାଧୀନ ୨୯ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବ NHAI l ସେପଟେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଅଧିକାରୀ ଦେଲେ ସୂଚନା l
➡️୧୩-ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ହେଲା ଜିଏସଟି ନୋଟିସ l
➡️୧୪-୩୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବାକୁ ରାଜି ହେଲା ଇସ୍ରାଏଲ୍; ପ୍ରଥମ ପର୍ଯ୍ୟାୟରେ ଛାଡ଼ିବ ୧୫୦ l
➡️୧୫-କାନାଡା ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେଲା ଭିସା ସେବା, ଦୁଇ ମାସରୁ ବନ୍ଦ ରଖିଥିଲା ଭାରତ l
➡️୧୬-ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ କରାଗଲା ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ l
➡️୧୭-ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ l
➡️୧୮-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାର ଭାରତ ଖେଳିବ।
➡️୧୯-ଦିନିକିଆ ଫର୍ମାଟ୍ରେ ରୋହିତଙ୍କ ଭାଗ୍ୟ ନେଇ ନିଷ୍ପତ୍ତି ନେବ ବିସିସିଆଇ, ଟି-୨୦ କ୍ୟାପ୍ଟେନ୍ରୁ ଓହରିବା ନେଇ ସୂଚନା l
➡️୨୦-ବ୍ରାଜିଲ-ଆର୍ଜେଣ୍ଟିନା ଫୁଟବଲ ମ୍ୟାଚ୍ରେ ଦର୍ଶକଙ୍କ ମଧ୍ୟରେ ହେଲା ପିଟାପିଟି, ସେପଟେ ପୋଲିସର ଲାଠି ଚାର୍ଜ ପରେ ଖେଳିବେନି କହିଲେ ଲିଓନେଲ ମେସି l
➡️୨୧-କ୍ରିକେଟ୍ ରେ ଆସିଲା ନୂଆ ନିୟମ, ଏଣିକି ବର୍ତ୍ତମାନ ୬୦ ସେକେଣ୍ଡରେ ଆରମ୍ଭ କରିବାକୁ ପଡିବ ପରବର୍ତ୍ତୀ ଓଭର l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଦେବୋତ୍ତାପନ (ବଡ଼) ଏକାଦଶୀ ll
🔅ଆଜିଠାରୁ ଭୀଷ୍ମ ପଞ୍ଚକ ଆରମ୍ଭ ll
🔅ଆଜି ଶ୍ରୀ ସତ୍ୟସାଇ ବାବା ଜୟନ୍ତୀ ll
🔅ଆଜି ଲଷ୍ମୀନାରାୟଣ ବ୍ରତ ll
🔅ଆଜି ଧନ୍ୟବାଦ ଅର୍ପଣ ଦିବସ ll
🔅ଆଜି ଜାତୀୟ ଶୋକ ଦିବସ ll
🔅ଆଜି ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ ll
🔅ଆଜି ଜାତୀୟ କାଜୁ ଦିବସ ll
🔅ଆଜି ଆନ୍ତର୍ଜାତୀୟ ପ୍ରତିଛବି ପରାମର୍ଶଦାତା ଦିବସ ll
PKD/23/11/2023
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।