Today Odia news // ajira khabar // ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର……

Today Odia news // ajira khabar // ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର……

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Today Odia news // ajira khabar // ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର......

╭─────────────────────╮
🌄ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ପବିତ୍ର ସୁନିଆଁ ଉତ୍ସବ l ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେଲା୧୪୩୧ ସାଲ, ୬୭ ଅଙ୍କରେ କଲେ ପ୍ରବେଶ l

➡️୨-ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ l ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ହେବ ମନ୍ଦିରର ପ୍ରତିଷ୍ଠା l

➡️୩-ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ହେଲା ଶେଷ, ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ l

➡️୪-ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର l

➡️୫-ଡିମଟ ଆକାଉଣ୍ଟରେ ନୋମିନୀ ଯୋଡ଼ିବା ଶେଷ ତାରିଖ ବୃଦ୍ଧି କଲା ସେବି, ଏଣିକି ଡିସେମ୍ବର ୩୧ ତାରିଖ ସୁଦ୍ଧା କରିହେବ ଅପଡେଟ l

➡️୬-ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା l ଆଜିଠାରୁ ୩୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜକୁ ଯାଇ ନାମ ଲେଖାଇ ପାରିବେ l

➡️୭-ସିସୋର ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ହେଲା ଇଡିର ଅତିରିକ୍ତ ଚାର୍ଜସିଟ୍‌ l

➡️୮-ଚଳିତ ବର୍ଷ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍‌‌କେ ପୁରସ୍କାର l

➡️୯-ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକିଥିବା ବେଳେ ଏବେ ବି ଫେରିନି ଆହୁରି ୨୪ ହଜାର କୋଟି।

➡️୧୦-ମାତ୍ର ୧୮ ଦିନରେ ୧୦୦୦ କୋଟି ଟଙ୍କାର ବେପାର କରି ସାରିଲାଣି ଶାହରୁଖ୍‌ଙ୍କ ଫିଲ୍ମ ‘ଯବାନ’ l ଗୋଟାଏ ବର୍ଷ ଭିତରେ ୨ଟି ୧୦୦୦ କୋଟି ଟଙ୍କାର ସିନେମା ଦେବାରେ ଶାହରୁଖ୍‌ ଖାନ୍‌ ହେଲେ ପ୍ରଥମ ଅଭିନେତା।

➡️୧୧-ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ l

➡️୧୨-ଏକ ନୂତନ ଭୂତାଣୁ ଜନିତ ରୋଗ ‘ଏକ୍ସ’ ଆଣିପାରେ ପରବର୍ତ୍ତୀ ମହାମାରୀ, ନେଇପାରେ ୫୦ ନିୟୁତ ଲୋକଙ୍କ ଜୀବନ l ଏ ନେଇ ବ୍ରିଟେନର ଜଣେ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ କେଟ୍‌ ବିଙ୍ଗହାମ ଦେଲେ ସୂଚନା l

➡️୧୩-ତାମିଲନାଡୁରେ ୪୦ ଦିନରେ ୧୦ ବାଘଙ୍କ ମୃତ୍ୟୁ, ଯାଞ୍ଚ କରୁଛି ଜାତୀୟ ବ୍ୟାଘ୍ର ଆୟୋଗ l

➡️୧୪-ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ ହୁସେନ ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ କରାଗଲା ଭର୍ତ୍ତି l

➡️୧୫-ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ l

➡️୧୬-ମଣିପୁରରେ ଇଣ୍ଟରନେଟ ସେବା ଆରମ୍ଭ ହେବା ପରେ ପୁଣି ଭାଇରାଲ ହେବାରେ ଲାଗିଛି ଫଟୋ ଭିଡିଓ, ରାଜ୍ୟରେ ପୁଣିଥରେ ହିଂସା ବଢ଼ିଥିବା ବେଳେ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବା ହେଲା ବନ୍ଦ l

➡️୧୭-ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅର୍ନ୍ତଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ l

➡️୧୮-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଆଜି ରାଜକୋଟରେ ଅପରାହ୍ନ ୧ଟା ୩୦ରେ ହେବ ଆରମ୍ଭ।

➡️୧୯-ଏସୀୟ କ୍ରୀଡାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ, ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ରେକର୍ଡ଼ କଲା ଭାରତ l ଏହାକୁ ମିଶାଇ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩, ସିଲଭର ୪ ଓ ବ୍ରୋଞ୍ଜ ୮ ରହିଛି ।

➡️୨୦-୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ll
🔅ଆଜି ଶିବ ଚତୁର୍ଦଶୀ ଉପବାସ
ଓ ବେଢା ପରିକ୍ରମା ll
🔅ଆଜି ଜାତୀୟ ମହିଳା ସ୍ୱାସ୍ଥ୍ୟ ଏବଂ
ଫିଟନେସ୍ ଦିବସ ll
🔅ଆଜି ଗୁଗୁଲର ଜନ୍ମଦିନ ll
🔅ଆଜି ପିତୃପୁରୁଷ ପ୍ରଶଂସା ଦିବସ ll
🔅ଆଜି ନିଷିଦ୍ଧ ୱେବସାଇଟ୍ ସଚେତନତା ଦିବସ ll
🔅ଆଜି ଜାତୀୟ ସମଲିଙ୍ଗୀ ପୁରୁଷଙ୍କ
ଏଚ୍.ଆଇ.ଭି / ଏଡସ୍ ସଚେତନତା ଦିବସ ll
🔅ଆଜି ଜାତୀୟ ଚକୋଲେଟ୍ କ୍ଷୀର ଦିବସ ll

ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll

      ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
            ll ଶୁଭ ସକାଳ,ସୁପ୍ରଭାତ ll

Today Odia news // ajira khabar // ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର……

ଖବର ଆଜିର
ତାରିଖ ୨୭/୦୯/୨୩, ବୁଧବାର

୧-ଗଜପତି ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ, ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ବିଶେଷ ନୀତି ଅନୁଷ୍ଠିତ।

୨-ବିଧାନସଭାରେ ଅଚଳାବସ୍ଥା ଜାରି, ତୃତୀୟ ଦିନରେ ବି ଚାଲିପାରିଲାନି ଅଧିବେଶନ।

୩-ଆସୁଛନ୍ତି ମା’: ଶରତ ଋତୁର ଆଗମନରେ କାଶତଣ୍ଡୀରେ ସଜେଇ ହେଲାଣି ଧରଣୀରାଣୀ।

୪-ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର।ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା।

୫-ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩ ବିଧାନସଭାରେ ଗୃହୀତ, ଗ୍ରାହକଙ୍କୁ ମିଳିବ ସର୍ବାଧିକ ଗୁରୁତ୍ଵ।

୬-ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ

୭-କଟକ:ରତ୍ନଭଣ୍ଡାରର ଶୁଣାଣି ଶେଷ ; ରାୟକୁ ସଂରକ୍ଷିତ ରଖିଲେ କୋର୍ଟ।

୮-ଧର୍ମଗଡ଼:ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ।

୯-ଆରଡ଼ି:ବୈତରଣୀ ନଦୀକୂଳରୁ ଗାଈକୁ ଝାମ୍ପିନେଲା କୁମ୍ଭୀର; ଭୟଭୀତ ନଦୀକୂଳିଆ ଗ୍ରାମବାସୀ।

୧୦-ଭୁବନେଶ୍ୱର:କିସ୍ ପରିସରରେ ଶ୍ରୀବାଣୀ କ୍ଷେତ୍ର ବେଦ ପାଠଶାଳା ଉଦଘାଟିତ।

୧୧-କେନ୍ଦୁଝରଗଡ଼ :କେନ୍ଦୁଝରର ଆୟୁର୍ବେଦିକ କାର୍ଯ୍ୟାଳୟ ମୁଖ୍ୟକିରାଣୀ ଦେବାଶିଷ ମହାପାତ୍ର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।

୧୨-ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ।

୧୩-ହୀରାକୁଦ ଡ୍ୟାମର ୪ଟି ଗେଟ୍‌‌ ବନ୍ଦ,୧୦ ଗେଟ୍‌‌ ଦେଇ ହୀରାକୁଦରୁ ଚାଲିଛି ଜଳ ନିଷ୍କାସନ।

୧୪-ସୁନ୍ଦରଗଡ଼ରେ ୧୪ ନୂଆ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି।

୧୫-ସି ସୋର ଚିଟଫଣ୍ଡ ଠକେଇ ମାମଲା:ପ୍ରଭାତ ବିଶ୍ଵାଳ, ପତ୍ନୀଙ୍କୁ ସମନ।

୧୬-ନୂଆଦିଲ୍ଲୀ:ରାଜଧାନୀରେ ବଡ ଧରଣର ଲୁଟ୍‌‌ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର।

୧୭-ମୁମ୍ବାଇ:ୱାହିଦା ରେହମାନ ପାଇବେ ଦାଦାସାହେବ ଫାଲକେ ପୁରସ୍କାର-୨୦୨୩।

୧୮-ଏସୀୟ କ୍ରୀଡ଼ା: ଭାରତକୁ ତୃତୀୟ ସ୍ବର୍ଣ୍ଣ, ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ରେକର୍ଡ଼।

୧୯-କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ, ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ।

୨୦-ରାଜକୋଟ୍‌:ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

. ♨️🙏🏻ଆଜିର ଅନୁଚିନ୍ତା 🙏🏻♨️

   🏪ତାରିଖ : ୨୭.୦୯.୨୦୨୩   ବୁଧବାର

⚜⚜⚜⚜⚜⚜⚜⚜⚜⚜⚜

📝ସମୟ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ ।

📝ଭୋକିଲା ରହିଜିବେ, କିନ୍ତୁ ଯଉଠି ଆଦର ଆଉ ସ୍ନେହ ମିଳୁନାହିଁ, ସେହି ଜାଗାରେ କେବେ ଭୋଜନ କରିବେ ନାହିଁ ।

📝ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ ।

📝ସଫଳ ହେବାର ଉପାୟ କଣ ଜଣାନାହିଁ, କିନ୍ତୁ ବ୍ୟର୍ଥ ହେବାର ଚାବିକାଠି ହେଉଛି ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିବା ।

📝କାଗଜ କାନ୍ଦେ ନାହିଁ କନ୍ଦେଇଁ ଦିଏ । ସେ LOVE ଲେଟର ହେଉ ଅବା, Result ହେଉ କିମ୍ବା Medical ରିପୋଟ ।

               ✳ଶୁଭ ସକାଳ✳
   🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹
    ଦିନଟି  ଆପଣଙ୍କର ମଙ୍ଗଳମୟ ହେଉ

▪️▪️▪️▪️▪️▪️▪️▪️▪️▪️▪️

fact of odisha .

ganesh bandana.

Leave a Comment