ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
╭─────────────────────╮
🌄ସକାଳର ଖବର, ୨୭-ସେପ୍ଟେମ୍ବର-୨୦୨୩, ବୁଧବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ପବିତ୍ର ସୁନିଆଁ ଉତ୍ସବ l ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେଲା୧୪୩୧ ସାଲ, ୬୭ ଅଙ୍କରେ କଲେ ପ୍ରବେଶ l
➡️୨-ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ l ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ହେବ ମନ୍ଦିରର ପ୍ରତିଷ୍ଠା l
➡️୩-ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ହେଲା ଶେଷ, ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ l
➡️୪-ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର l
➡️୫-ଡିମଟ ଆକାଉଣ୍ଟରେ ନୋମିନୀ ଯୋଡ଼ିବା ଶେଷ ତାରିଖ ବୃଦ୍ଧି କଲା ସେବି, ଏଣିକି ଡିସେମ୍ବର ୩୧ ତାରିଖ ସୁଦ୍ଧା କରିହେବ ଅପଡେଟ l
➡️୬-ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା l ଆଜିଠାରୁ ୩୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜକୁ ଯାଇ ନାମ ଲେଖାଇ ପାରିବେ l
➡️୭-ସିସୋର ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ହେଲା ଇଡିର ଅତିରିକ୍ତ ଚାର୍ଜସିଟ୍ l
➡️୮-ଚଳିତ ବର୍ଷ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍କେ ପୁରସ୍କାର l
➡️୯-ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକିଥିବା ବେଳେ ଏବେ ବି ଫେରିନି ଆହୁରି ୨୪ ହଜାର କୋଟି।
➡️୧୦-ମାତ୍ର ୧୮ ଦିନରେ ୧୦୦୦ କୋଟି ଟଙ୍କାର ବେପାର କରି ସାରିଲାଣି ଶାହରୁଖ୍ଙ୍କ ଫିଲ୍ମ ‘ଯବାନ’ l ଗୋଟାଏ ବର୍ଷ ଭିତରେ ୨ଟି ୧୦୦୦ କୋଟି ଟଙ୍କାର ସିନେମା ଦେବାରେ ଶାହରୁଖ୍ ଖାନ୍ ହେଲେ ପ୍ରଥମ ଅଭିନେତା।
➡️୧୧-ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ l
➡️୧୨-ଏକ ନୂତନ ଭୂତାଣୁ ଜନିତ ରୋଗ ‘ଏକ୍ସ’ ଆଣିପାରେ ପରବର୍ତ୍ତୀ ମହାମାରୀ, ନେଇପାରେ ୫୦ ନିୟୁତ ଲୋକଙ୍କ ଜୀବନ l ଏ ନେଇ ବ୍ରିଟେନର ଜଣେ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ କେଟ୍ ବିଙ୍ଗହାମ ଦେଲେ ସୂଚନା l
➡️୧୩-ତାମିଲନାଡୁରେ ୪୦ ଦିନରେ ୧୦ ବାଘଙ୍କ ମୃତ୍ୟୁ, ଯାଞ୍ଚ କରୁଛି ଜାତୀୟ ବ୍ୟାଘ୍ର ଆୟୋଗ l
➡️୧୪-ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ ହୁସେନ ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ କରାଗଲା ଭର୍ତ୍ତି l
➡️୧୫-ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ l
➡️୧୬-ମଣିପୁରରେ ଇଣ୍ଟରନେଟ ସେବା ଆରମ୍ଭ ହେବା ପରେ ପୁଣି ଭାଇରାଲ ହେବାରେ ଲାଗିଛି ଫଟୋ ଭିଡିଓ, ରାଜ୍ୟରେ ପୁଣିଥରେ ହିଂସା ବଢ଼ିଥିବା ବେଳେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ହେଲା ବନ୍ଦ l
➡️୧୭-ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅର୍ନ୍ତଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ l
➡️୧୮-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଆଜି ରାଜକୋଟରେ ଅପରାହ୍ନ ୧ଟା ୩୦ରେ ହେବ ଆରମ୍ଭ।
➡️୧୯-ଏସୀୟ କ୍ରୀଡାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ, ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ରେକର୍ଡ଼ କଲା ଭାରତ l ଏହାକୁ ମିଶାଇ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି, ଯେଉଁଥିରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩, ସିଲଭର ୪ ଓ ବ୍ରୋଞ୍ଜ ୮ ରହିଛି ।
➡️୨୦-୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ll
🔅ଆଜି ଶିବ ଚତୁର୍ଦଶୀ ଉପବାସ
ଓ ବେଢା ପରିକ୍ରମା ll
🔅ଆଜି ଜାତୀୟ ମହିଳା ସ୍ୱାସ୍ଥ୍ୟ ଏବଂ
ଫିଟନେସ୍ ଦିବସ ll
🔅ଆଜି ଗୁଗୁଲର ଜନ୍ମଦିନ ll
🔅ଆଜି ପିତୃପୁରୁଷ ପ୍ରଶଂସା ଦିବସ ll
🔅ଆଜି ନିଷିଦ୍ଧ ୱେବସାଇଟ୍ ସଚେତନତା ଦିବସ ll
🔅ଆଜି ଜାତୀୟ ସମଲିଙ୍ଗୀ ପୁରୁଷଙ୍କ
ଏଚ୍.ଆଇ.ଭି / ଏଡସ୍ ସଚେତନତା ଦିବସ ll
🔅ଆଜି ଜାତୀୟ ଚକୋଲେଟ୍ କ୍ଷୀର ଦିବସ ll
ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଖବର ଆଜିର
ତାରିଖ ୨୭/୦୯/୨୩, ବୁଧବାର
୧-ଗଜପତି ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ, ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ବିଶେଷ ନୀତି ଅନୁଷ୍ଠିତ।
୨-ବିଧାନସଭାରେ ଅଚଳାବସ୍ଥା ଜାରି, ତୃତୀୟ ଦିନରେ ବି ଚାଲିପାରିଲାନି ଅଧିବେଶନ।
୩-ଆସୁଛନ୍ତି ମା’: ଶରତ ଋତୁର ଆଗମନରେ କାଶତଣ୍ଡୀରେ ସଜେଇ ହେଲାଣି ଧରଣୀରାଣୀ।
୪-ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର।ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା।
୫-ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩ ବିଧାନସଭାରେ ଗୃହୀତ, ଗ୍ରାହକଙ୍କୁ ମିଳିବ ସର୍ବାଧିକ ଗୁରୁତ୍ଵ।
୬-ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ
୭-କଟକ:ରତ୍ନଭଣ୍ଡାରର ଶୁଣାଣି ଶେଷ ; ରାୟକୁ ସଂରକ୍ଷିତ ରଖିଲେ କୋର୍ଟ।
୮-ଧର୍ମଗଡ଼:ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ।
୯-ଆରଡ଼ି:ବୈତରଣୀ ନଦୀକୂଳରୁ ଗାଈକୁ ଝାମ୍ପିନେଲା କୁମ୍ଭୀର; ଭୟଭୀତ ନଦୀକୂଳିଆ ଗ୍ରାମବାସୀ।
୧୦-ଭୁବନେଶ୍ୱର:କିସ୍ ପରିସରରେ ଶ୍ରୀବାଣୀ କ୍ଷେତ୍ର ବେଦ ପାଠଶାଳା ଉଦଘାଟିତ।
୧୧-କେନ୍ଦୁଝରଗଡ଼ :କେନ୍ଦୁଝରର ଆୟୁର୍ବେଦିକ କାର୍ଯ୍ୟାଳୟ ମୁଖ୍ୟକିରାଣୀ ଦେବାଶିଷ ମହାପାତ୍ର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।
୧୨-ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ।
୧୩-ହୀରାକୁଦ ଡ୍ୟାମର ୪ଟି ଗେଟ୍ ବନ୍ଦ,୧୦ ଗେଟ୍ ଦେଇ ହୀରାକୁଦରୁ ଚାଲିଛି ଜଳ ନିଷ୍କାସନ।
୧୪-ସୁନ୍ଦରଗଡ଼ରେ ୧୪ ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି।
୧୫-ସି ସୋର ଚିଟଫଣ୍ଡ ଠକେଇ ମାମଲା:ପ୍ରଭାତ ବିଶ୍ଵାଳ, ପତ୍ନୀଙ୍କୁ ସମନ।
୧୬-ନୂଆଦିଲ୍ଲୀ:ରାଜଧାନୀରେ ବଡ ଧରଣର ଲୁଟ୍ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର।
୧୭-ମୁମ୍ବାଇ:ୱାହିଦା ରେହମାନ ପାଇବେ ଦାଦାସାହେବ ଫାଲକେ ପୁରସ୍କାର-୨୦୨୩।
୧୮-ଏସୀୟ କ୍ରୀଡ଼ା: ଭାରତକୁ ତୃତୀୟ ସ୍ବର୍ଣ୍ଣ, ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ରେକର୍ଡ଼।
୧୯-କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ, ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ।
୨୦-ରାଜକୋଟ୍:ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏
. ♨️🙏🏻ଆଜିର ଅନୁଚିନ୍ତା 🙏🏻♨️
🏪ତାରିଖ : ୨୭.୦୯.୨୦୨୩ ବୁଧବାର
⚜⚜⚜⚜⚜⚜⚜⚜⚜⚜⚜
📝ସମୟ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ ।
📝ଭୋକିଲା ରହିଜିବେ, କିନ୍ତୁ ଯଉଠି ଆଦର ଆଉ ସ୍ନେହ ମିଳୁନାହିଁ, ସେହି ଜାଗାରେ କେବେ ଭୋଜନ କରିବେ ନାହିଁ ।
📝ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ ।
📝ସଫଳ ହେବାର ଉପାୟ କଣ ଜଣାନାହିଁ, କିନ୍ତୁ ବ୍ୟର୍ଥ ହେବାର ଚାବିକାଠି ହେଉଛି ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିବା ।
📝କାଗଜ କାନ୍ଦେ ନାହିଁ କନ୍ଦେଇଁ ଦିଏ । ସେ LOVE ଲେଟର ହେଉ ଅବା, Result ହେଉ କିମ୍ବା Medical ରିପୋଟ ।
✳ଶୁଭ ସକାଳ✳
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ
▪️▪️▪️▪️▪️▪️▪️▪️▪️▪️▪️
Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…
AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…
Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…
Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…