ODIA KHABAR

Today Top 50 News odia / Top headlines….

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Today Top 50 News odia / Top headlines..

ଖବର ଆଜିର
ତାରିଖ ୨୫/୦୩/୨୩, ଶନିବାର

୧-Earth Hour: ୧ ଘଣ୍ଟା ଆମ ପୃଥିବୀ ମା’ପାଇଁ, ଆଜି ରାତ୍ରି ୮ଟା୩୦ରୁ ୯ଟା୩୦ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ସୁଇଚ୍ ଅଫ୍ ରଖିବାକୁ ଅନୁରୋଧ।

୨-ଆକାଶରେ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ନଜର ଆସିଲେ ଶୁକ୍ର ଗ୍ରହ।

୩-ପ୍ରଫେସର ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି।

୪-ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି ନିଯୁକ୍ତ।

୫-ଅଦଳବଦଳ ହେଲେ ବରିଷ୍ଠ IAS, ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

୬-ପୁରୀ:ଶ୍ରୀଜୀଉଙ୍କ ନିଦ୍ରାରେ ହେବନି ବ୍ଯାଘାତ! ମୂଷାଙ୍କୁ ବାଟବଣା କରିବ ବଣା ଗୁଡ ମାଠିଆ।

୭-ପୁଣି ଆସୁଛି ପଶ୍ଚିମା ଝଡ଼: ପ୍ରଭାବରେ ୨୬ରୁ ୬ଟି ଜିଲ୍ଲାରେ ବର୍ଷା, ୨୭ରୁ ଉପକୂଳର ୧୧ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବଢ଼ିପାରେ ବର୍ଷା।

୮-ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ମାନ୍ୟତା।

୯-ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜନେସ୍‌ ଟାଇକୁନଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ।

୧୦-ସମ୍ବଲପୁର:ଅସଲି ବୋତଲରେ ନକଲି ମଦ, ମୁଖ୍ୟ ଅଭିଯୁକ୍ତ ଫେରାର, ସହଯୋଗୀ ଗିରଫ।

୧୧-ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

୧୨-ଶିଖରଚଣ୍ଡୀ ପାହାଡ଼ରେ ହାତୀ ଆତଙ୍କ: ରାତିରୁ ଭୋର ଯାଏଁ କଲେ ଉପଦ୍ରବ, ଲୋକେ ଭୟଭୀତ।

୧୩-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି ଘଟି ପହଞ୍ଚିଲା ୪୨%ରେ।

୧୪-ମହିଳା ପ୍ରିମିୟର ଲିଗ୍:ୟୁପି ବିଦା, ଦିଲ୍ଲୀ – ମୁମ୍ବାଇ ମଧ୍ୟରେ ହେବ ଫାଇନାଲ।

୧୫-ବିହାରର ଘଟଣା:୧୯ ବର୍ଷ ଏବଂ ୨୧ ବର୍ଷ ବୟସରେ ଦୁଇ ଜଣ ସୋନପୁର ଅଞ୍ଚଳରେ କରିଥିଲେ ଚୋରି । ଏବେ ୬୮ ଏବଂ ୭୦ ବର୍ଷ ବୟସରେ ହେଲେ ଗିରଫ।

୧୬-ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ,ସାଂସଦ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

୧୭-ମାନହାନୀ ମାମଲାରେ ରାହୁଲ ସାଂସଦ ପଦରୁ ଅଯୋଗ୍ୟ । ଦେଶବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ । ରାହୁଲ କହିଲେ, ଦେଶର ସ୍ୱର ସାଜିବା ପାଇଁ ଜାରି ରହିବ ଲଢ଼େଇ।

୧୮-ରାଜସ୍ଥାନ:ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !

୧୯-କ୍ରମାଗତ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବଜେଟ ଅଧିବେଶନ, ମାର୍ଚ୍ଚ ୨୭ ଯାଏ ଲୋକସଭା ମୁଲତବି କଲେ ବାଚସ୍ପତି।

୨୦-ଟ୍ୱିଟର :ଜଲ୍‌ଦି ଟଙ୍କା ଦିଅ, ନହେଲେ ଏପ୍ରିଲ୍‌ରୁ ଆକାଉଣ୍ଟରୁ କଟିଯିବ ବ୍ଲୁ ଟିକ୍‌।

Today Top 50 News odia / Top headlines..

ଖବର ଆଜିର
ତାରିଖ ୨୫/୦୩/୨୦୨୩ ଶନିବାର ।

୧-ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ବିବାଦୀୟ ବୟାନ । କହିଲେ, ମହାତ୍ମା ଗାନ୍ଧୀ କେବଳ ମାଟ୍ରିକ ପାସ୍ କରିଥିଲେ ଓ ତାଙ୍କ ପାଖରେ ଅନ୍ୟ କୌଣସି ଡିଗ୍ରୀ ନଥିଲା ।

୨-ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ ।

୩-ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆଜେକ୍ସଙ୍କ ମାଆ : କହିଲେ, ତଦନ୍ତ ଚାପିବାକୁ ହେଉଛି ହୀନ ଉଦ୍ୟମ; ନ୍ୟାୟ ନ ମିଳିଲେ କରିବି ଆତ୍ମହତ୍ୟା ।

୪-ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ, ୨ ବର୍ଷ ସଜା କାରଣରୁ ସାଂସଦ ପଦ ହେଲା ରଦ୍ଦ ।
୫-ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସର ପ୍ରତିବାଦ : ସଂସଦ ଭବନରୁ ବିଜୟଚୌକ୍ ପର୍ଯ୍ୟନ୍ତ ପଦଯାତ୍ରା କଲେ ବରିଷ୍ଠ ନେତା ।

୬-ଲୋକସଭାରୁ ନିଜର ସଦସ୍ୟତା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଟୁଇଟ୍ କରି ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ।

୭-ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଇମେଲ୍ ଯୋଗେ ଧମକ ଆସିଥିବା ନେଇ ମୁମ୍ବାଇ ପୋଲିସ ହାତରେ ବଡ ପ୍ରମାଣ ।

୮-ସ୍କୁଲ ଡ୍ରପଆଉଟକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟରେ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ।

୯-ଆମେରୀକୀୟ ପେମେଂଟ କମ୍ପାନୀ ବକ୍ଲ-ଇଙ୍କକୁ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ଝଟକା । କମ୍ପାନୀ ବିରୋଧରେ ଦୁର୍ନିତୀ ଅଭିଯୋଗ ଆସିବା ପରେ ୨୦ ପ୍ରତିଶତ ଖସିଲା ସେୟାର

୧୦-ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଓ ଅନ୍ୟ ୧୨ ଜଣଙ୍କ ନାମରେ ଚାର୍ଜ ଶିଟ ଦାଖଲ କଲା NIA ।

୧୧-ସୁପ୍ରିମକୋର୍ଟ ପହଁଚିଲେ ୧୪ ବିରୋଧୀ ଦଳ । ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପିଟିସିନ ଦାଖଲ କଲେ ବିରୋଧୀ ।
୧୨-ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ: ଶିଳ୍ପ ମନ୍ତ୍ରୀ ।

୧୩-ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ ବୁଡ଼ିଲା ୨.୬୮ ଲକ୍ଷ କୋଟି ଟଙ୍କା ।

୧୪-ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ବଲଜିତ କୌରଙ୍କୁ ଗିରଫ କଲା ହରିୟାଣା ପୁଲିସ ।

୧୫-Old Pension Schemeକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କ ପେନସନ୍ ପାଇଁ ଗଠନ ହେବ କମିଟି ।

୧୬-ଲୋକସଭାରେ ଜିଏସଟି ଆପିଲିଏଟ୍‌ ଟ୍ରିବ୍ୟୁନାଲ୍‌ ଗଠନକୁ ମଞ୍ଜୁରୀ, କରଦାତାଙ୍କୁ ମିଳିବ ଆଶ୍ବସ୍ତି ।

୧୭-ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ।

୧୮-ବ୍ୟାଙ୍କଗୁଡ଼ିକର ସ୍ଥିତି ଆଜି ସମୀକ୍ଷା କରିବେ ଅର୍ଥମନ୍ତ୍ରୀ ।

୧୯-କୋଭିଡ୍‌ ପାରୋଲ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: କଏଦୀ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରନ୍ତୁ ।

୨୦-ମହିଳା ପ୍ରିମିୟର ଲିଗ: ୟୁପି ୱାରିୟର୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ ।

୨୧-ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୂଳପତି ହେଲେ ଡ. ଦତ୍ତେଶ୍ବର ହୋତା ।

୨୨-୪% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ।

୨୩-IAS ସ୍ତରରେ ଅଦଳବଦଳ: ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Today Top 50 News odia / Top headlines…….

ଖବର, ୨୫-ମାର୍ଚ୍ଚ-୨୦୨୩, ଶନିବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟର ୧୦୬ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ, ଚଳିତ ଶିକ୍ଷାବର୍ଷରେ ଆରମ୍ଭ ହେବ ଆଡମିଶନ l

️➡️୨-ଏପ୍ରିଲ ପହିଲାରୁ ଚୈତ୍ର ପର୍ବ, ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରରେ ସ୍ଥାପନ ହେଲା ଶୁଭଖୁଂଟି l

➡️୩-କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୪% ବଢ଼ାଇଲେ ସରକାର l ଡିଏ ଏବଂ ଡିଆରରେ ଏହି ବୃଦ୍ଧି ପିଛିଲା ଭାବେ ଜାନୁଆରୀ ୨୦୨୩ ରୁ ଲାଗୁ ହେବ।

➡️୪-ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ l ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । BIS CARE ଆପ୍ ଜରିଆରେ ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।

➡️୫-ଆକାଶରେ ଦେଖାଗଲା ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ନଜର ଆସିଲେ ଶୁକ୍ର ଗ୍ରହ । ଚନ୍ଦ୍ର ପାଖରେ ଶୁକ୍ର ରହିବାର ଏହି ବିରଳ ଦୃଶ୍ୟ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଲା ।

➡️୬-ଡା. ଦତ୍ତେଶ୍ୱର ହୋତା ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି l ତାଙ୍କୁ ୧ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦେଲେ ନିଯୁକ୍ତ l

➡️୭-ବରିଷ୍ଠ ଆଇଏଏସ ସ୍ତରରେ ହେଲା ବଦଳି, ସତ୍ୟବ୍ରତ ସାହୁ ହେଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର l ସେ ଅତିରିକ୍ତ ଭାବେ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ।

➡️୮-ମହାନଦୀ କୂଳରେ ଯୋବ୍ରା ବ୍ୟାରେଜ୍‌ଠାରୁ ଗଡ଼ଗଡିଆ ଘାଟ ଅଞ୍ଚଳ ପର୍ଯ୍ୟନ୍ତ ଅଞ୍ଚଳକୁ ନୂଆ ରୂପଦେବା ପ୍ରକ୍ରିୟା ହେଲା ଆରମ୍ଭ l ୪୨୬ ଏକର ଅଞ୍ଚଳକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରାଯିବ l

➡️୯-ରାଜସ୍ତାନ ରେ ଏଣିକି ଇଣ୍ଟର-କାଷ୍ଟ ମ୍ୟାରେଜ୍ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ l ପୂର୍ବରୁ ଏହି ରାଶି ୫ଲକ୍ଷ ଟଙ୍କା ମଧ୍ୟରେ ସୀମିତଥିବା ବେଳେ ଏବେ ଏହି ରାଶିକୁ ବଢ଼ାଇ ରାଜସ୍ଥାନ ସରକାର ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି l

➡️୧୦-ପବିତ୍ର ‘ରମଜାନ୍‌ ମାସ’ ହେଲା ଆରମ୍ଭ । ଗତକାଲି ସଂଧ୍ୟା ସାଢ଼େ ୫ଟାରୁ ୬ଟା ମଧ୍ୟରେ ଚନ୍ଦ୍ରଦର୍ଶନ ପରେ ଏହି ପବିତ୍ର ମାସର ଆରମ୍ଭ ହୋଇଛି। ଏହା ଆସନ୍ତା ୨୯ରୁ ୩୦ ଦିନ ଧରି ଚାଲୁ ରହିବ।

➡️୧୧-ରାହୁଲଙ୍କ ପାଇଁ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଆରମ୍ଭ କରିବ କଂଗ୍ରେସ l
8
➡️୧୨-ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୂର୍ବରୁ ଏକ କୋକିଶିଆଳିର ମୃତ୍ୟୁ ଘଟିଥିବାବେଳେ ଗତକାଲି ଏକ ଧଳାମୟୂର ହେଲା ମୃତ୍ୟୁ ।

➡️୧୩-ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍, ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି l

➡️୧୪-ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ ହେଲା ରଦ୍ଦ l ଏଣିକି ପାର୍ଲିଆମେଣ୍ଟ ଭିତରକୁ ପଶିପାରିବେନି ଆଉ ରାହୁଲ l

➡️୧୫-୨୦୨୪ ମାର୍ଚ୍ଚ ସୁଦ୍ଧା ଏକ ହଜାର ଲୋକଙ୍କୁ ଚାକିରି ଦେବ ଆକାଶା ଏୟାର, ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ନେଇ ରହିଛି ଲକ୍ଷ୍ୟ l

➡️୧୬-ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଘରକୁ ଆସିଲା ଏକ କୁନି ଅତିଥି, ମାର୍କଙ୍କ ପତ୍ନୀ ପ୍ରିସିଲା ଚାନ ଏକ କନ୍ୟା ସନ୍ତାନକୁ ଦେଲେ ଜନ୍ମ l

➡️୧୭-ଦକ୍ଷିଣ ଚୀନ ସାଗରକୁ ବିଧ୍ୱଂସକ ପୋତ ପଠାଇଲା ଆମେରିକା, ସେପଟେ ଭୟଙ୍କର ପରିଣାମର ଚେତାବନୀ ଦେଲା ବେଜିଂ ।

➡️୧୮-କଳିଙ୍ଗ ଷ୍ଟାଡିୟମ ରେ ଏପ୍ରିଲ୍‌ ୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ଗ୍ରୀଷ୍ମକାଳୀନ ହକି ଶିବିର ଆୟୋଜିତ ହେବ।

➡️୧୯-ବନ୍ଧୁକଚାଳନା ବିଶ୍ବକପ୍‌: ରୁଦ୍ରାଂକ୍ଷ ପାଟିଲ୍‌ଙ୍କୁ ମିଳିଲା ଦ୍ବିତୀୟ କାଂସ୍ୟ ପଦକ l

➡️୨୦-ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଆନୁକୂଲ୍ୟରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତର ରୁଦ୍ରାଂଶ ପାଟିଲ ୧୦ ମିଟର ଏୟାର ରାଇଫଲରେ ଜିତିଲେ ବ୍ରୋଞ୍ଜ ପଦକ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଆନ୍ତର୍ଜାତିକ ଅଜାତ ଶିଶୁ ଦିବସ ll
🔅ଆଜି ବିଶ୍ଵାବ୍ୟାପି ପୃଥିବୀକୁ ସୁରକ୍ଷା ଦେବା ଦୃଷ୍ଟିରେ ଏକ ଘଣ୍ଟା ପାଇଁ ଘରର ସମସ୍ତ ଲାଇଟ ସୁଇଚ ଅଫ କରିବାକୁ ଅନୁରୋଧ ll
🔅ଆଜି ଭାଇ ଓ ଭଉଣୀ ଦିବସ ll
🔅ଆଜି ଜାତୀୟ ପଦକ ସମ୍ମାନ ଦିବସ ll
🔅ଆଜି ଗ୍ରୀକ୍ ସ୍ୱାଧୀନତା ଦିବସ ll

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

panipaga khabar.

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago