Today top headlines , breaking news Odia : 20 Odia news ……ଖବର ଆଜିର ୦୫/୧୦/୨୦୨୩ ଗୁରୁବାର
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
Today top headlines , breaking news odia : 20 odia news ……ଖବର ଆଜିର ୦୫/୧୦/୨୦୨୩ ଗୁରୁବାର l
ଖବର ଆଜିର
🗓️ ୦୫/୧୦/୨୦୨୩ ଗୁରୁବାର
୧. ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ।
୨. ୨୦୨୩ ବର୍ଷ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ନୋବେଲ । ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍ ଇ ବ୍ରୁସ୍ ଏବଂ ଆଲୋକ୍ସି ଏଲ୍ ଇକିମୋଭ୍ ।
୩. ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ଜାମିନ୍ ।
୪. ନ୍ୟୁଜ୍ କ୍ଲିକ୍ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ ।
୫. ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।
୬. ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ ।
୭. ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସକୁ ୩ଟି ଆସନ ଛାଡ଼ିବ ଆମ୍ ଆଦ୍ମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନ୍ୟାସ୍ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ଶରଦ ପାୱାର୍।
୮. ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢୀ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ ।
୯. ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।
୧୦. ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି ।
୧୧. ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍ କ୍ଲବ’ରେ ସାମିଲ ହେଲା ଭାରତ ।
୧୨. କ୍ୟାବିନେଟ ନିଷ୍ପତ୍ତି: କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ ।
୧୩. ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ ।
୧୪. ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ : ଜୁଏଲ ଓରାମ ।
୧୫. ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର ।
୧୬. ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।
୧୭. ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି: ସେବି ଚେୟାରମ୍ୟାନ ।
୧୮. ବିଶ୍ଵକପ୍ ୨୦୨୩ ମହାମୁକାବିଲା ପୂର୍ବରୁ ଏକାଠି ହେଲେ ୧୦ଟି ଟିମ୍ର ଅଧିନାୟକ ।
ସୁପ୍ରଭାତ ,ଶୁଭ ସକାଳ ।
କଟକ ମହାନଦୀ ବ୍ରିଜ୍ ତଳକୁ କେନ୍ଦ୍ରାପଡ଼ାରୁ ଆସୁଥିବା କନକଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ଅକାଳରେ ଆଖି ବୁଜିଥିଲେ ୪୭ ଯାତ୍ରୀ ଓ ଗୁରୁତର ହୋଇଥିଲେ ୨୦ ଜଣ ।
୯ ସେପଟେମ୍ବର ୨୦୧୬
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିକଟରେ ଘଟିଥିଲା ଭୟଙ୍କର ବସ୍ ଦୁର୍ଘଟଣା । ଏନଏଚ୍ ୫୫ ଦେଇ ଯାଇଥିବା ପୁରୁଣାମାଣିତ୍ରୀ ପୋଲରୁ ଯାତ୍ରୀବାହୀ ବସ୍ ଖସି ଲିଭି ଯାଇଥିଲା ୧୯ ଜୀବନ ଓ ଆହତ ହୋଇଥିଲେ ୩୦ ଯାତ୍ରୀ ।
୨୦ ନଭେମ୍ବର ୨୦୧୮
କଟକ ଜଗତପୁର ନିକଟରେ ମହାନଦୀ ପୋଲ ରେଲିଂ ଭାଙ୍ଗି ନଦୀକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍ । ଯେଉଁଥିରେ ୧୦ଜଣଙ୍କ ପ୍ରାଣହାନୀ ଘଟିଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ…..
ଆଜିର ସୁବିଚାର🛕🎪*
.🍁🍁🍁🍁🍁🍁🍁🍁🍁🍁🍁
.
. ✤• • • • • • ✤ • • • • • • ✤• • • • • • ✤
🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ ।
🦋ହୃଦୟରେ କାହାପାଇଁ ଥରେ ଘରଟେ ହେଇଗଲେ ଆଉ ସେ ଘରକୁ ଭାଙ୍ଗି ହୁଏନାହିଁ କାହିଁକି ନା ହୃଦୟର ଘର ମାଟି,ବାଲି,ସିମେଣ୍ଟରେ ନୁହେଁ, ବରଂ ରକ୍ତ, ମାଂସ ଏବଂ ଭଲ ପାଇବାରେ ଗଢା ହୋଇଥାଏ ।
🦋Smart ହେବା ଭଲ କିନ୍ତୁ ବେଶୀ Smart ହେବା ନିଜ ପାଇଁ ବହୁତ ଖରାପ ହୋଇଥାଏ ।
🦋ପ୍ରତ୍ୟକ ମନୁଷ୍ୟ ଜୀବନରେ ବେଳେବେଳେ ଏମିତି ଦୁଖଃ ଆସେ ନା କାହାକୁ କହି ହୁଏ ନା କଉ ଶବ୍ଦ ରେ ଲେଖି ହୁଏ, କେବଳ ନିଜ ଅନ୍ତର ରେ ଚାପି କଷ୍ଟ ଅନୁଭବ କରିହୁଏହୁଏ ।
. 🌞ଶୁଭ ସକାଳ🌞
. ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
. 🙏🏻 🔘ଜୟ ଜଗନ୍ନାଥ🔘🙏🏻