ODIA KHABAR

Todays Top 20 headlines // ଖବର ଆଜିର // ତାରିଖ ୨୮/୦୯/୨୩ ll

Todays Top 20 headlines // ଖବର ଆଜିର // ତାରିଖ ୨୮/୦୯/୨୩ ll

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Todays Top 20 headlines // ଖବର ଆଜିର // ତାରିଖ ୨୮/୦୯/୨୩ ll

ଖବର ଆଜିର
ତାରିଖ ୨୮/୦୯/୨୩, ଗୁରୁବାର

୧-ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ।

୨-୩ବର୍ଷ ପାଇଁ ସୁଦକ୍ଷା ଯୋଜନା କାର୍ଯ୍ୟକାରୀ: ସରକାରୀ ମହାବିଦ୍ୟାଳୟ ଓ ପଲିଟେକନିକରେ ଇଂଞ୍ଜିନିୟରି ଶିକ୍ଷା ପାଇଁ ଛାତ୍ରୀଙ୍କୁ ଭର୍ତ୍ତା।

୩-ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ଚେତାବନୀ ଦେଲା ପାଣିପାଗ ବିଭାଗ।

୪-ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତ ପକ୍ଷରୁ ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ।

୫-କଟକ:ଚାନ୍ଦି ମେଢ କ୍ଲବରେ ଯୋଡି ହେଲା ଆଉ ଏକ ପୂଜା କମିଟି, ମହମ୍ମଦିଆ ବଜାର କରୁଛି ପ୍ରଥମ ଚାନ୍ଦି ମେଢ।

୬-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ୍‌‌ ବସ୍‌‌, ବସ୍‌‌ ଓଲଟି ପିଇଟି ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ।

୭-ଭୁବନେଶ୍ୱରରେ ସ୍କୁଲ ପାଚିକା। ଲୋୟର ପିଏମଜିରେ କରୁଛନ୍ତି ଆନ୍ଦୋଳନ। ଶିକ୍ଷକ କରୁଛନ୍ତି ସ୍କୁଲରେ ରୋଷେଇ।

୮-ପୁରୀ: ରଘୁରାଜପୁରକୁ ଜାତୀୟ ପର୍ଯ୍ୟଟନ ପୁରସ୍କାର,ରଜତ ଶ୍ରେଣୀ ବିଭାଗରେ ମିଳିଲା ଏ ପୁରସ୍କାର।

୯-କାରାଗାର କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ, କଳାବ୍ୟାଚ ପିନ୍ଧି ପ୍ରତିବାଦ ଜାରି ରହିବ।

୧୦-କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କଲେ ନିର୍ଦ୍ଦେଶକ।

୧୧-ବିପଦକୁ ହାତ ଠାରି ଡାକୁଛି ରାସ୍ତା ମଝିର ଗର୍ତ୍ତ।କେତେବେଳେ କାହାର କେଉଁ ଦଶା ହେବ ତାହା କହିହେବ ନାହିଁ।

୧୨-ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ।

୧୩-ବାଲେଶ୍ଵର:କାରକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହେଲା କଣ୍ଟେନର, ଲୁହା ବାଡ଼ ଭାଙ୍ଗି ରେଲୱେ ଟ୍ରାକ ଉପରେ ଚଢ଼ିଗଲା।

୧୪-କଳାପଥର/ଗୋପାଳପୁର :ନିଖୋଜ ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ସନ୍ଧାନ ମିଳିଲା, ଆନ୍ଧ୍ର ସୀମାନ୍ତରୁ ଉଦ୍ଧାର।

୧୫-ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତିଙ୍କ ସହ ଜଡିତ ମାମଲାର ଶୀଘ୍ର ସମାଧାନ ଜରୁରୀ – ସୁପ୍ରିମକୋର୍ଟ।

୧୬-ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ।

୧୭-‘ଇଣ୍ଡିଆ’ ମେଣ୍ଟରେ ସମସ୍ୟା : ଜେଡିୟୁ-ଆରଜେଡି ଆସନ ବୁଝାମଣା ଅସମାହିତ।

୧୮-ଏସୀୟ କ୍ରୀଡ଼ାର ଚତୁର୍ଥ ଦିନ -୨୨ଟି ପଦକ ସହ ସପ୍ତମ ସ୍ଥାନରେ ଭାରତ।

୧୯-ଉତ୍ତର ଇରାକର ହମଦାନିୟା ସହରରେ ବଡ ଅଘଟଣ, ବିବାହ ସମାରୋହରେ ଅଗ୍ନିକାଣ୍ଡ, ୧୦୦ ମୃତ।

୨୦-ଅଷ୍ଟ୍ରେଲିଆକୁ ସାନ୍ତ୍ବନା : ୩ୟ ଦିନିକିଆରେ ପରାଜୟ ସତ୍ତ୍ବେ ୨-୧ରେ ଶୃଙ୍ଖଳା ଜିତିଲା ଭାରତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Todays Top 20 headlines // ଖବର ଆଜିର // ତାରିଖ ୨୮/୦୯/୨୩ ll

─────────────────────╮
🌄ସକାଳର ଖବର, ୨୮-ସେପ୍ଟେମ୍ବର-୨୦୨୩, ଗୁରୁବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆବିଷ୍କାର ହେଲା ବିଶ୍ବର ୮ମ ମହାଦେଶ ‘ଜିଲାଣ୍ଡିଆ’, ଏହାର ୯୪% ଭାଗ ସମୁଦ୍ର ତଳେ ରହିଛି l ବୈଜ୍ଞାନିକ ଓ ଗବେଷକମାନେ ପୃଥିବୀର ୮ମ ମହାଦେଶକୁ କଲେ ଆବିଷ୍କାର l ଏହି ଦ୍ୱୀପର ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଆଖପାଖ ଅଞ୍ଚଳରେ ଅବସ୍ଥିତ ।

➡️୨-ଇନ୍ଦୋର ଠାରେ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା ୨୦୨୨ର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି l

➡️୩-ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲେ ଘରୋଇ ବସ୍ ମାଲିକ ସଂଘ।

➡️୪-ଆସନ୍ତା ୨୯ ତାରିଖରୁ ଉପକୂଳ ଓ ଦକ୍ଷିଣରେ ବର୍ଷା ପରିମାଣ ବଢ଼ିବ l ଆସନ୍ତା ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ ବର୍ଷା ସମ୍ଭାବନା l

➡️୫-ନନ୍ଦନକାନନରେ ମାଈ ଭାଲୁ ‘ତାରିଣୀ’ର ମୃତ୍ୟୁ, ଅସୁସ୍ଥତା କାରଣରୁ ଚାଲିଥିଲା ଚିକିତ୍ସା l

➡️୬-ବଡ଼ମ୍ବା ସ୍ଥିତ ନିଖୋଜ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କଲା ପୋଲିସ l ଆନ୍ଧ୍ରରୁ ଗିରିଶୋଲା ଆଡ଼କୁ ବାଇକ୍‌ରେ ଯାଉଥିବା ବେଳେ ଠାବ ହେଲେ ।

➡️୭-ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୮-ଖୋଲାଗଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି l ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା l

➡️୯-ବାଲୁକା କଳା ମାଧ୍ୟମରେ ସ୍ବଚ୍ଛତା ବାର୍ତ୍ତା, ପୁରୀ ବେଳାଭୂମିରେ ୨୦ ଫୁଟ୍‌ର ବାଲୁକା କଳା ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ l

➡️୧୦-ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହେଲା ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣିଲା କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରର କାହାଣୀ ।

➡️୧୧-ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ମିଳିଲା ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ l

➡️୧୨-ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଇଂଟରନେଟ ସେବା ଠପ, ସୁରକ୍ଷାବଳୟ ଭିତରେ ସମ୍ପୂର୍ଣ୍ଣ ରାଜ୍ୟ l

➡️୧୩-ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ପରେ ଏବେ ଭାରତକୁ ଉତ୍ତର ଆଫ୍ରିକାରୁ ଅଣାଯାଇପାରେ ଚିତା, ଅଧିକାରୀମାନେ ଦେଲେ ସୂଚନା l

➡️୧୪-ରେକର୍ଡ ଭାଙ୍ଗିଲେ ଆମେରିକାର ମହାକାଶଚାରୀ l ସ୍ପେସ୍‌ ଷ୍ଟେସନ୍‌ରେ ୩୭୧ ଦିନ ରହି ପୃଥିବୀକୁ ଫେରିଲେ ଆମେରିକା ସେନାର ଲେପ୍ଟନାଣ୍ଟ କର୍ଣ୍ଣେଲ ଏବଂ ନାସାର ମହାକାଶଯାତ୍ରୀ ଫ୍ରାଙ୍କ ରବିୟୋ l

➡️୧୫-ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣରେ ଆଇନ ଉଲ୍ଲଂଘନ ଅଭିଯୋଗ ଆଣି ତଦନ୍ତ ଆରମ୍ଭ କଲା ସିବିଆଇ l

➡️୧୬-ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା l

➡️୧୭-ନେପାଳରେ ରଦ୍ଦ ହେଲା ତିନି ତଲାକ, ଅଦାଲତରେ କମ୍ପିଲା ଭାରତୀୟ ସୁପ୍ରିମକୋର୍ଟଙ୍କ ରାୟ l

➡️୧୮-ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ l ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୬୬ ରନରେ ହରାଇଲା, ଭାରତ ନେଲା ଟ୍ରଫି l

➡️୧୯-ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ୨୨ଟି ପଦକ ସହ ସପ୍ତମ ସ୍ଥାନରେ ରହିଲା ଭାରତ l ଏଥିରେ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ରହିଛି l

➡️୨୦-ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ ବିରଳ ରେକର୍ଡ କଲା ନେପାଳ କ୍ରିକେଟ୍ ଟିମ୍ l

➡️୨୧-ଦିନିକିଆ ବିଶ୍ୱକପ୍ ୨୦୨୩ ଲାଗି ହାଇଦ୍ରାବାଦ୍‌ରେ ପହଞ୍ଚିଲା ପାକିସ୍ତାନ ଟିମ୍, ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଫ୍ୟାନ୍‌ଙ୍କ ଭିଡ଼ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବିଶ୍ୱ ସାମୁଦ୍ରିକ ଦିବସ ll
🔅ଆଜି ଜାତୀୟ ଶୁଭ ପଡୋଶୀ ଦିବସ ll
🔅ଆଜି ଅନନ୍ତ ବ୍ରତ ll
🔅ଆଜି ଅଘୋର ଚତୁର୍ଦଶୀ ll
🔅ଆଜି ଭଗତସିଂ ଜୟନ୍ତୀ ll
🔅ଆଜି ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ll

*ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll

        ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                ll ଶୁଭ ସକାଳ,ସୁପ୍ରଭାତ ll
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ODIA FAST NEWS.

GANESH PUJA.

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago