Todays top 20 news Odia // ସକାଳର ଖବର, ୨୫-ସେପ୍ଟେମ୍ବର-୨୦୨୩, ସୋମବାର .
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
ସକାଳର ଖବର, ୨୫-ସେପ୍ଟେମ୍ବର-୨୦୨୩, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବୀନଙ୍କ ଭୁରି ଭୁରି କଲେ ପ୍ରଶଂସା । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗ ଦେଇ, ପିଏମ୍ ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
➡️୨-ଓଡ଼ିଶାରେ ‘ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି l
➡️୩-ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତଥା ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ପକ୍ଷରୁ ଶୌର୍ଯ୍ୟ ଜାଗରଣ ଯାତ୍ରା ସମିତି ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଶୌର୍ଯ୍ୟ ଜାଗରଣ ଯାତ୍ରା। ଏଥିରେ ଓଡ଼ିଶା ପୂର୍ବ ପ୍ରାନ୍ତର ୫ଟି ବିଭାଗରୁ ୫ଟି ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ବାହାରିବ।
➡️୪-୯ ବର୍ଷ ପରେ ଆକ୍ସନ ମୋଡରେ ସିବିଆଇ । ସି-ସୋର ମାମଲାରେ ଚାର୍ଜସିଟ ନେଇ ବଢିଲା ଚର୍ଚ୍ଚା l ସିବିଆଇ କୋର୍ଟରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ହେଲା ଚାର୍ଜଫ୍ରେମ l
➡️୫-ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା l
➡️୬-ଦିଲ୍ଲୀ ରାସ୍ତାରେ ଗଡ଼ିବ ଆମେରିକାରେ ନିର୍ମିତ ୧୦ ହଜାର ଇଲେକ୍ଟ୍ରିକ ବସ୍ l ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟଙ୍କ ସୂଚନା ଅନୁସାରେ ଦିଲ୍ଲୀ ସରକାର ପିଏମ ଇ-ବସ୍ ସେବା ଯୋଜନାରେ ୧୦ ହଜାର ଇ-ବସ୍ କିଣିବେ l
➡️୭-ଆମେରିକାର ନ୍ୟୁ- ଜର୍ସି ସହରରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍ଘାଟିତ ହେବ ବିଶ୍ୱର ଦ୍ଵିତୀୟ ବୃହତ୍ତମ ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ହିନ୍ଦୁ ମନ୍ଦିର।
➡️୮-ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ମଧ୍ୟରେ କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ l ଏ ନେଇ ଭାରତ ସରକାର କଲେ ସ୍ପଷ୍ଟ l
➡️୯-ପଡ଼ିଲା ପରିଣୀତ-ରାଘବଙ୍କ ହାତଗଣ୍ଠି, ସରିଲା ବାହାଘର l ବିବାହ ଉତ୍ସବରେ ଯୋଗଦେଲେ ବଲିଉଡ ଷ୍ଟାର ଏବଂ ରାଜନେତା l
➡️୧୦-ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ହେଲା ଉଦ୍ଘାଟିତ l
➡️୧୧-ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ କଲେ ପ୍ରତିରୋପଣ l ଦୁଇ ଦିନ ପରେ ଉକ୍ତ ବ୍ୟକ୍ତି ଏକ ଚେୟାରରେ ବସିବାକୁ ସକ୍ଷମ ହେଲେ l
➡️୧୨-ଅନ୍ତରୀକ୍ଷରୁ ହଟାଯିବ ପୁରୁଣା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ। ଏଭଳି ଯୋଜନା କରୁଛି ନାସା (NASA)। ୨୦୩୧ ସୁଦ୍ଧା କରାଯିବ ନଷ୍ଟ l
➡️୧୩-ଗୁଜରାଟରେ ଭୂଷୁ଼ଡିଲା ପୋଲ, ନଦୀକୁ ଖସିଲା ଟ୍ରକ୍ ସମେତ ଅନେକ ବାହନ, ୪ ନିଖୋଜ l
➡️୧୪-ଆଜିଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ହେବ ଆରମ୍ଭ l
➡️୧୫-ଆସନ୍ତା 26 ଏବଂ 27 ତାରିଖ ଦୁଇଦିନ ଧରି ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନ୍କ୍ଲେଭ୍ 2023’ l ଦ୍ରୌପଦୀ ମୁର୍ମୁ 27 ରେ ଚତୁର୍ଥ ସଂସ୍କରଣର ବିଜେତାମାନଙ୍କୁ କରିବେ ସମ୍ମାନିତ ।
➡️୧୬-ଦିଲ୍ଲୀର ଯନ୍ତର ମନ୍ତରଠାରେ ମିଳିତ ହିନ୍ଦୁ ସାମ୍ମୁଖ୍ୟ ପକ୍ଷରୁ ଜଷ୍ଟିନ କାନାଡ଼ାର ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ, କାନାଡ଼ା ନିଜ ଦେଶରେ ଖଲିସ୍ତାନ ତିଆରି କରୁ l
➡️୧୭-ଜାମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା, ଆତଙ୍କବାଦୀଙ୍କ ଯୋଜନା ପଣ୍ଡ, ଗିରଫ ହେଲେ ୫ ଲସ୍କର ଆତଙ୍କୀ l
➡️୧୮-ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା l
➡️୧୯-ଗ୍ରେଟର ନୋଏଡା ବୁଦ୍ଧ ଇଣ୍ଟରନ୍ୟାସନାଲ ସର୍କିଟରେ ଆୟୋଜିତ ମୋଟୋ ଜିପି ରେସ୍ ରେ ବିଜୟୀ ହେଲେ ଇଟାଲୀୟ ରାଇଡର ମାର୍କୋ ବାଜେଚୀ l
➡️୨୦-ସୂର୍ଯ୍ୟକୁମାରଙ୍କ ବଡ଼ କାରନାମା, ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ l ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକହାସଲକାରୀ ବ୍ୟାଟର ହେବାର କଲେ ରେକର୍ଡ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
Todays top 20 news Odia // ସକାଳର ଖବର, ୨୫-ସେପ୍ଟେମ୍ବର-2023 l
🔅ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ll
🔅ଆଜି ପାର୍ଶ୍ୱପରିବର୍ତନ (ବଡ଼) ଏକାଦଶୀ ll
🔅ଆଜି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍
ମେଡିକାଲ ସାଇନ୍ସ ସ୍ଥାପନ ଦିବସ ll
🔅ଆଜି ବ୍ୟଙ୍ଗ ପୁସ୍ତକ ଦିବସ ll
🔅ଆଜି ଜାତୀୟ ବେକେରୀ ଦିବସ ll
🔅ଆଜି ଜାତୀୟ ଅନୁସନ୍ଧାନ ପ୍ରଶାସକ ଦିବସ ll
🔅ଆଜି ବିଶ୍ୱ ସ୍ୱପ୍ନ ଦିବସ ll
ବି. ଦ୍ର : ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଦେହ, ହାତ ଓ ଗୋଡକୁ ପୂରା ଘୋଡାଇ ରଖିଲା ଭଳି ପୋଷାକ ପିନ୍ଧନ୍ତୁ ଓ ମଶାରୀ ଟାଙ୍ଗି ଶୁଅନ୍ତୁ, ଜନହିତରେ ଜାରି ll
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଆହୁରି ପଢନ୍ତୁ l
କବିତା 2.