Top 20 Breaking News / today odia news / ajira khabar …୧୬-ମାର୍ଚ୍ଚ-୨୦୨୩, ଗୁରୁବାର……

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।ଯଦି ଆପଣଙ୍କ ଦିନଟି କିପରି କଟିବ ଜାଣିବା ପାଇଁ ଚାହାନ୍ତି ତେବେ ଆମର Odia Fast News କୁ Fb ରେ Follow ଏବଂ Subscribe କରି ରଖନ୍ତୁ।

Top 20 Breaking News / today odia news / ajira khabar .......

Top 20 Breaking News / today odia news / ajira khabar …….
୧୬-ମାର୍ଚ୍ଚ-୨୦୨୩, ଗୁରୁବାର

─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ପ୍ରେରଣ ସମୟ ବଦଳିଲା l ଏଣିକି ସକାଳ ୬ଟା୩୦ ପରେ ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ସହ ଦଳ ବାହାରିବେ। ପରୀକ୍ଷା କେନ୍ଦ୍ରରେ ୬ଟା ୪୫ରୁ ୭ଟା ୩୦ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ ଏବଂ କେନ୍ଦ୍ର ଅଧୀକ୍ଷକଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ।
➡️୨-ଆଜି ସକାଳୁ ସକାଳୁ କଟକ ଓ ଭୁବନେଶ୍ବରରେ ଘନ କୁହୁଡ଼ିର ଆସ୍ତରଣ l ୨୦ରୁ ୩୦ ମିଟର ଦୂରତା ଯାଏଁ ଦେଖାଯାଉନି ରାସ୍ତା l ଘନ କୁହୁଡ଼ି ଯୋଗୁଁ ଗମନାଗମନ ହେଲା ପ୍ରଭାବିତ l
➡️୩-ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ଠପ୍ ହୋଇଗଲା ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟା ଘଂଟା ଧରି ଅଟକି ରହିଲେ ଯାତ୍ରୀ l ସେପଟେ ମହାସଂଘ କହିଲା, ଠୋସ୍‌ ନିଷ୍ପତ୍ତି ନ ନେବା ଯାଏ ଜାରି ରହିବ ଆନ୍ଦୋଳନ l
➡️୪-ଆଜି ରାଜଧାନୀରେ ଅଟୋ ଡ୍ରାଇଭରଙ୍କ ହେବ ଆନ୍ଦୋଳନ, ଅପମାନବୋଧ କରି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ପକ୍ଷରୁ ନିଷ୍ପତ୍ତି l ପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ୍ ହେବେ l
➡️୫-ବିଧାନସଭାରେ ଥମୁନି 5T ଝଡ଼,ବିଜେପି ଟାର୍ଗେଟରେ 5T । ମୁହାଁମୁହିଁ ବିଜେପି-ବିଜେଡି । ଲଗାତାର ତିନି ଦିନ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କଲେ ବିରୋଧୀ ଦଳ ନେତା।
➡️୬-ରାଜଧାନୀରେ ଆନ୍ଦୋଳନ ପାଇଁ ମିଳିଲାନି ଅନୁମତି, ପ୍ରତିବାଦରେ ଆଜିଠୁ ୟୁନିଫର୍ମ ବର୍ଜନ କରିବେ ପ୍ରାଥମିକ ଶିକ୍ଷକ l
➡️୭-ପୁରୀର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ପତି ସାହିରେ ପୁଣି ଏକ ସନ୍ଦିଗ୍ଧ ପାରାକୁ ଠାବ କଲା ପୋଲିସ; ଗୋଡ଼ରେ ଲାଗିଛି ପିତ୍ତଳ ବ୍ୟାଣ୍ଡ୍‌ l
➡️୮-ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗୋଟିଏ ମାମଲାରେ ମିଳିଲା ଜାମିନ l
➡️୯-ରାଜ୍ୟର ଆଉ ଚାରି ସହର-ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଜିଓ ଟ୍ରୁ ୫ଜି ସେବାର ହେଲା ଶୁଭାରମ୍ଭ, ସାରା ଓଡ଼ିଶାର ୧୭ଟି ସହରରେ ହେଲାଣି କାର୍ଯ୍ୟକ୍ଷମ l
➡️୧୦-ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ)ର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତହେଲେ ଓଲିଉଡ଼୍ ଅଭିନେତ୍ରୀ ଅନୁ ଚୌଧୁରୀ l
➡️୧୧-ଏଚ୩ଏନ୨ ଭୂତାଣୁ ସଂକ୍ରମଣ ବଢ଼ୁ୍‌ଥିବା ଦେଖି ପୁଡୁଚେରୀରେ ଆଜିଠାରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ନେଲେ ନିଷ୍ପତ୍ତି l
➡️୧୨-ମୁମ୍ବାଇରେ ବିକ୍ରି ହେଲା ଦେଶର ସବୁଠାରୁ ଦାମୀ ଫ୍ଲାଟ୍, ବଜାଜ ଅଟୋ ଅଧ୍ୟକ୍ଷ ନିରଜ ବଜାଜ ୨୫୨.୫ କୋଟି ଟଙ୍କା ଦେଇ ମୁମ୍ବାଇର ସବୁଠାରୁ ଦାମୀ ଆପାର୍ଟମେଣ୍ଟ କିଣିଲେ l
➡️୧୩-ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା; CBI ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ l
➡️୧୪-ପୁଣି ଥରେ ତଳକୁ ଖସିଲେ ଗୌତମ ଆଦାନୀ, ଧନୀ ତାଲିକାରେ ଟପ୍-୨୫ରୁ ଆଉଟ୍, ୨୧ ହଜାର କୋଟି ଟଙ୍କାର ସଂପତ୍ତି ହରାଇଲେ l
➡️୧୫-ସ୍ମାର୍ଟ ସିଟି ପ୍ରକଳ୍ପ ସରିବା ଅବଧି ଆଉ ମାସେ ଘୁଞ୍ଚିଲା l ୨୨ଟି ସହର ମଧ୍ୟରେ ଭୁବନେଶ୍ବର ରହିଥିଲା। କିନ୍ତୁ ଅର୍ଦ୍ଧାଧିକ ସହରରେ ପ୍ରକଳ୍ପ ସରିବ ନାହିଁ ବୋଲି ପ୍ରତିକ୍ରିୟା ମିଳିବା ପରେ ଏହି ଅବଧି ଆଉ ମାସେ ଘୁଞ୍ଚା ଯାଇଛି।
➡️୧୬-ସଂସଦରେ କ୍ରମାଗତ ତୃତୀୟ ଦିନ ଧରି ଅଚଳାବସ୍ଥା ଜାରି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ଦେଇଥିବା ମନ୍ତବ୍ୟ, ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ଚାଲିପାରୁନି ଗୃହ।
➡️୧୭-ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର l
➡️୧୮-ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଅଭ୍ୟାସ ହେଲା ଆରମ୍ଭ l ମୁମ୍ବାଇର ୱାଙ୍ଖ୍‌ଡ଼େ ଷ୍ଟାଡିୟମ୍‌ରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ।
➡️୧୯-ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବିରାଟ କୋହଲିଙ୍କ ଦମଦାର ପ୍ରତ୍ୟାବର୍ତ୍ତନ, ୮ଟି ସ୍ଥାନ ଉପରକୁ ଉଠିଲେ କୋହଲି l
➡️୨୦-ସୁସ୍ଥ ହେବା ଦିଗରେ ଆଉ ପାଦେ ଆଗେଇଲେ ପନ୍ତ, ଏବେ ପାଣିରେ ଚାଲିଲେ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପ୍ରଥମ Video l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଜାତୀୟ ଟୀକାକରଣ ଦିବସ ll
🔅ଆଜି ବ୍ଲାକ୍ ପ୍ରେସ୍ ଦିବସ ll
🔅ଆଜି ସ୍ୱାଧୀନତା ସୂଚନା ଦିବସ ll
🔅ଆଜି ଜାତୀୟ ପାଣ୍ଡା ଦିବସ ll
🔅ଆଜି କମଳା ଏବଂ ଲେମ୍ବୁ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
Top 20 Breaking News
Top 20 Breaking News

Top 20 Breaking News / today odia news / ajira khabar …….

ତାରିଖ ୧୬/୦୩/୨୦୨୩ ଗୁରୁବାର ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା। ଠାକରେ ଗୋଷ୍ଠୀର ଆଉ ଜଣେ ନେତା ଏବଂ ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାଓ୍ବନ୍ତ ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। 

ଯେଉଁସ୍ଥାନକୁ ଯାଇଥାଏ ପ୍ରଭୁ ‘ରାମଙ୍କ ମନ୍ଦିର’କୁ ସାଥୀରେ ରଖିଥାଏ, ଓସ୍କାର ପୂର୍ବରୁ ବି ନେଇଥିଲି ଆର୍ଶୀବାଦ: ରାମ ଚରଣ ।

ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

ଭାରତରେ ଏସସିଓ ସମ୍ମିଳନୀ। ସାମିଲ ହେବା ପାଇଁ ପାକିସ୍ତାନକୁ ଦିଆଗଲା ଆମନ୍ତ୍ରଣ।

ଓଡ଼ିଶାରେ ଠାବ ହେଲା ଆଉ ଏକ ‘ସ୍ପାଏ ପାରା’, ଅସ୍ତରଙ୍ଗ ବ୍ଲକର ନାନ ପୂର୍ ଗ୍ରାମ ରେ ଗତ ୮ ଦିନ ହେବ ଘୁରିବୁଲୁଛି ।

ଦେଶରେ ଇନଫ୍ଲ୍ୟୁଏଞ୍ଜା ଭାଇରସରେ ଗଲାଣି ୭ଜଣଙ୍କ ଜୀବନ। ନୂଆ ଭାରିଆଣ୍ଟ ଏକ୍ସିବିବି.୧.୧୬ ଯୋଗୁଁ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି। ।

ମହାରାଷ୍ଟ୍ରର ପୁଣେ ପୋଲିସ୍ ଗତ ୮ ବର୍ଷ ଧରି ଭାରତରେ ଅବୈଧ ଭାବରେ ରହୁଥିବା ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରିଛି।

ସଂସଦ ଭବନରୁ ଇଡି ଅଫିସ। ଆଦାନୀ ମାମଲାରେ ବିରୋଧୀଙ୍କ ପଦଯାତ୍ରା।

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନୀତ କରାଯାଇଛି।

କେରଳ ବିଧାନସଭାରେ ହାଇଡ୍ରାମା: ବିଧାୟକ-ମାର୍ସାଲ୍‌ ମାରପିଟ୍‌, ୧୧ ଜଣ ଆହତ ।

ଉତ୍ତର ଘୁମୁସରରେ ପୁଣି ହାତୀ ମୃତ ।

୨୦୨୩-୨୪ରୁ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ : ନିତିନ ଗଡ଼କରି ।

ନିରାଶ ହେଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ: ବାହାରିଲାନି ସମାଧାନର ରାସ୍ତା; ବିନା ୟୁନିଫର୍ମରେ ଡ୍ୟୁଟି କରିବେ ଶିକ୍ଷକ ।

ମହିଳାଙ୍କ ସହ ରହିବାର ଅର୍ଥ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ନୁହେଁ: ଦିଲ୍ଲୀ ହାଇକୋର୍ଟ ।

ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା; CBI ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତେଜସ୍ୱୀ ଯାଦବ ।

ବୁଧବାର ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି ।

https://fb.watch/jiS3qqzcdQ/-bhaskar news

: ଆସନ୍ତାକାଲି ରିଲିଜ୍ ବହୁ ପ୍ରତୀକ୍ଷିତ କମେଡି କିଙ୍ଗ କପିଲ ଶର୍ମାଙ୍କ ବଲିଉଡ୍ ଫିଲ୍ମ ‘ଜ୍ୱିଗାଟୋ’। ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରବଳ ଉତ୍ସାହ ରହିଛି। ଫିଲ୍ମ ସହ ଭୁବନେଶ୍ୱର ଓ କଟକର ଖାସ ସମ୍ପର୍କ ରହିଛି। ଭୁବନେଶ୍ୱରରେ ଫିଲ୍ମର ସୁଟିଂ ହୋଇଥିବା ବେଳେ କଟକର କୁନି କଳାକାର ପ୍ରଜ୍ୱଳ ସାହୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଆଉ ଏଥିସହ ପ୍ରଜ୍ୱଳ ସାହୁ ବଲିଉଡରେ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି।
: ଆଜିଚାଲିବନିଅନଲାଇନ୍_ଅଟୋ
ଆଜି ଧାରଣା ଦେବ ଭୁବନେଶ୍ୱର ଅନଲାଇନ୍ ଅଟୋ ଚାଳକ ସଂଘ । ଡ୍ରାଇଭର୍ ସଂଘକୁ ବିରୋଧ କରି ଧାରଣା ଦେବ ଅନଲାଇନ୍ ଅଟୋ ଚାଳକ ସଂଘ l

Leave a Comment