ODIA KHABAR

Top 50 Odia News Today / Ajira khabar(ଖବର ଆଜିର) MARCH 22, 2023……

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Top 50 Odia News Today / Ajira khabar(ଖବର ଆଜିର) MARCH 22, 2023….

୧-ଦଶମ ଶ୍ରେଣୀ ପରୀକ୍ଷା : ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପରିଷଦର ଚିଠି,୧୨ ଦିନରେ ସରିବ ମୂଲ୍ୟାୟନ।

୨-ଆଉ ୪ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ଧୀରେ ଧୀରେ ବଢିବ ତାପମାତ୍ରା।

୩-ଓଡିଶାବାସୀ ଶାନ୍ତିପ୍ରିୟ, ଏକଥାକୁ ବିରୋଧ ଦଳ ମନେ ରଖିବା ଦରକାର: ଏମିତି କହି ବିରୋଧୀଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ।

୪-ମହାପ୍ରଭୁଙ୍କ ଶୟନରେ ସୃଷ୍ଟି ହେଉଛି ବାଧା: ଗର୍ଭଗୃହରେ ଲାଗିବନି ମୂଷାଧରା ମେସିନ।

୫-ଆସୁଛି ଆଉ ଏକ ପଶ୍ଚିମା-ଝଡ଼ ; କଟକ ଓ ଭୁବନେଶ୍ବର ସହ ୧୨ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି।

୬-ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳ ଆମେରିକା ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଉପ ମୁଖ୍ୟ ମନୋନୀତ।

୭-ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ।

୮-ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

୯-ନୂଆପଡ଼ା:ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ।

୧୦-ଖଲ୍ଲିକୋଟ:ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ; ୯୧ କିଲୋ ଗଞ୍ଜେଇ ସହ କାର୍‌ ଜବତ, ତିିନି ଗିରଫ।

୧୧-ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ, ୮ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଶହ ଶହ ଲୋକ।

୧୨-ବାଲେଶ୍ୱରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ, ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି।

୧୩-ବ୍ରହ୍ମପୁର ନିମଖଣ୍ଡି ଜୋଗିଆପଲ୍ଲି ଗାଁ: ଦାଦାବଟି ନ ଦେବାରୁ ବୋମାମାଡ଼, ଆକ୍ରମଣକାରୀ ସହ ୩ ଗୁରୁତର।

୧୪-ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା ! ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ ମିଳିବ ୧୦୦୦ ଟଙ୍କା ଭତ୍ତା।

୧୫-‘ହ୍ୟାରି ପୋଟର’ ଅଭିନେତା ପଲ୍‌ ଗ୍ରାଣ୍ଟଙ୍କ ୫୬ ବର୍ଷ ବୟସରେ ପରଲୋକ।

୧୬-ଆଜିଠୁ OTT ରେ ରିଲିଜ୍‌ ହେବ ଶାହାରୁଖ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ’।

୧୭-ଫାଶିଦଣ୍ଡର ବିକଳ୍ପ ଖୋଜିବାକୁ ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ।

୧୮-ଦିଲ୍ଲୀ ସମେତ ଉତ୍ତର-ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫।

୧୯-ଆଜି ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ।

୨୦-ମସ୍କୋରେ ଜିନପିଙ୍ଗ୍-ପୁଟିନ୍ ସାକ୍ଷାତ। ଟେନସନରେ ହ୍ୱାଇଟ୍ ହାଉସ୍।

Top 50 Odia News Today / Ajira khabar(ଖବର ଆଜିର) MARCH 22, 2023…..

ଖବର ଆଜିର
ତାରିଖ ୨୨/୦୩/୨୦୨୩ ବୁଧବାର ।

୧-ରବି ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜିକରଣ ଅବଧି ବଢିଲା । ପୂର୍ବରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଅବଧି ରହିଥିବା ବେଳେ ଏଥିରେ ଆଉ ୭ ଦିନି ବୃଦ୍ଧି କରାଯାଇଛି । ଅର୍ଥାତ ୨୭ ତାରିଖ ଯାଏଁ ଅବଧି ବୃଦ୍ଧି କରାଯାଇଛି । 

୨-ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ, ରାଜ୍ୟର ୧୯ଟି ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ .।

୩-ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରରେ ଥିବା ବାନ୍ଧବୀଙ୍କ ପାଇଁ ବଢ଼ୁଆ ବଢିବାରେ ଲାଗିଛି । ଅକ୍ଷୟଙ୍କ କଥିତ ପ୍ରେମିକା ବା’ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍ । ୧୬୧ରେ ବୟାନ୍ ରେକର୍ଡ ବେଳେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପୁଲିସ୍ ।

୪-ଅବଲୁପ୍ତ ହେବାକୁ ବସିଥିବା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି: ମନ୍ତ୍ରୀ ।

୫-ଦିଲ୍ଲୀରେ ୨୪ ଘଂଟିଆ ଧାରଣା ଦେବା ନେଇ ଘୋଷଣା କରିବା ପରେ ଓଡ଼ିଶାରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଗସ୍ତରେ ଆସି ପୁରୀରେ ପହଂଚିଛନ୍ତି ମମତା ବାନାର୍ଜୀ ।

୬-ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି।

୭-ବିହାରର ଜମୁଇ ଅଞ୍ଚଳରେ ସିରିଏଲ କିସରଙ୍କ ଆତଙ୍କକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଏହି କିସରଙ୍କୁ ପୁଲିସ ଧରିଛି | ତେବେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ଅନେକ ସଂଗୀନ ତଥ୍ୟ ହାସଲ କରିଛି |

୮-ମୋ ପତ୍ନୀ ଅସୁସ୍ଥ, ପୁଅ ବିଦେଶରେ; ଏଭଳି ଲେଖି ଜାମିନ ମାଗିଲେ ସିସୋଦିଆ, ବିରୋଧ କଲା ସିବିଆଇ ।

୯-ଆଜି ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ।

୧୦-ଓଡ଼ିଶାକୁ ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ: ମୁଖ୍ୟମନ୍ତ୍ରୀ ।

୧୧-ଲଣ୍ଡନରେ ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ, ଖଲିସ୍ତାନୀ ସମର୍ଥକଙ୍କୁ ଦେଲେ ଦୃଢ ଜବାବ।

୧୨-ଶରଦ ପାଓ୍ଵାରଙ୍କୁ ଲାଗିପାରେ ଝଟ୍‌କା! ଏନସିପିକୁ ‘ଜାତୀୟ ଦଳ’ ମାନ୍ୟତାର ସମୀକ୍ଷା କରିବେ ନିର୍ବାଚନ କମିଶନ ।
୧୩-ସେୟାର ବଜାରକୁ ପୁଣି ଫେରିଲା ଚମକ, ସେନସେକ୍ସରେ ୪୪୫ ଅଙ୍କ ବୃଦ୍ଧି, ୧.୫ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି ।

୧୪-ଦୁନିଆର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାଜନୀତିକ ଦଳ ହେଉଛି ଭାଜପା, ଓ୍ବାଲ୍ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ର ଆର୍ଟିକିଲ୍‌କୁ ନେଇ ଚର୍ଚ୍ଚା ।

୧୫-ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି ।

୧୬-କ୍ରେଡିଟ୍ ସ୍ୱିସ୍‌କୁ UBS ଅଧିଗ୍ରହଣ ପରେ ୧୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବଣ୍ଡ ହୋଇଗଲା ବେକାର ।

୧୭-କେନ୍ଦ୍ର ସହ ବିବାଦ ମଧ୍ୟରେ ଦିଲ୍ଲୀ ବଜେଟ୍‌କୁ ସ୍ଵୀକୃତି ଦେଲେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ।

୧୮-ଗିରଫ ହେଲେ କନ୍ନଡ଼ ଅଭିନେତା Chetan Kumar, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌ ।

୧୯-୨୦୨୨ରେ ୧୩୦୧ ନରହତ୍ୟା ମାମଲାରୁ ୬୪୦ଟି ପୁଲିସ ଚାର୍ଜସିଟ ଦାଖଲ କରିଛି: ବରିଷ୍ଠ ପୁଲିସ ଅଧିକାରୀ ।

୨୦-ହାତୀଙ୍କ ଉପଦ୍ରବରେ ଗତ ୫ ବର୍ଷରେ ଯାଇଛି ୬୬୯ ଜୀବନ । ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ପାଇଁ ମିଳିଛି ୧୦୦ କୋଟିରୁ ଅଧିକ ଟଙ୍କାର ଅନୁକମ୍ପା ରାଶି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

୨୧-କେ.କବିତାଙ୍କୁ ଇଡିର ତୃତୀୟ ପର୍ଯ୍ୟାୟ ଜେରା: ସବୁ ମୋବାଇଲ ଫୋନ୍ ହସ୍ତାନ୍ତର କଲେ ।

୨୨-ବିଏମସି ବୈଠକ: ରାଜଧାନୀରେ ପୋଷା କୁକୁରଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ, ନିର୍ଦ୍ଦେଶାବଳୀ ମାନିବେ ମାଲିକ ।

୨୩-ଭୂକମ୍ପରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲରେ ତୀବ୍ରତା ୬.୬, ଲୋକେ ଆତଙ୍କିତ ।

୨୪-ଅତୀକ୍ ଅହମ୍ମଦର ଅଫିସରୁ ମିଳିଲା ୧୧ଟି ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

https://studio.youtube.com/video/b3OA2PeWGMc/edit.

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago